ଭୁବନେଶ୍ୱର : ଚନ୍ଦକା ଗୋଡିବାରିରେ ଅସୁସ୍ଥ ହାତୀଛୁଆର ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ୩ ବର୍ଷର ହାତୀଛୁଆର ମୃତ୍ୟୁ । ବଲାଙ୍ଗୀର ଦେଓଗାଁରୁ ଅଣାଯାଇଥିବା ଗୋଠଛଡା ହାତୀଛୁଆର ମୃତ୍ୟୁ ।ସପ୍ତାହେ ହେବ ନନ୍ଦନକାନନ ଓୟୁଏଟି ଟିମ୍ ଦ୍ୱାରା ଚାଲିଥିଲା ଚିକିତ୍ସା । ଗଳାରେ କ୍ଷତ ଥିବାରୁ କିଛି ଖାଇ ପିଇ ପାରୁନଥିବାରୁ ସାଲାଇନ ଜରିଆରେ ତାକୁ ବଞ୍ଚାଇ ରଖାଯାଇଥିଲା । ଗତକାଲି ସନ୍ଧ୍ୟା ୬ଟାରେ ହାତୀ ଛୁଆଟିର ମୃତ୍ୟୁ ହୋଇଛି । ଆଜି ତାହାର ପୋଷ୍ଟ ମର୍ଟମ୍ କରାଯିବ ବୋଲି ଚନ୍ଦକା ଡିଏଫଓ ଶରତ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।
Views: 69











