ବ୍ୟୁରୋ : ବର୍ତ୍ତମାନ ସମୟରେ ମୁଣ୍ଡ ବିନ୍ଧା ଏକ ମୁଖ୍ୟ ସମସ୍ୟା ହୋଇଛି । ଛୋଟଠୁ ବଡ ସମସ୍ତଙ୍କର ମୁଣ୍ଡ ବିନ୍ଧା ଏକ ପ୍ରମୁଖ କାରଣ ହୋଇ ଠିଆ ହୋଇଛି । ଏଥିରୁ ତୁରନ୍ତ ରକ୍ଷା ପାଇବା ବିଭିନ୍ନ ପ୍ରକାରର ଔଷଧ ଖାଇଥାଉ । କିନ୍ତୁ ବାସ୍ତବରେ ଏହି ଔଷଧ ଗୁଡ଼ିକ ଶରୀର ପାଇଁ ହାନିକାରକ ହୋଇଥାଏ। ଏଣୁ ଏଥିପାଇଁ କିଛି ସରଳ ଏବଂ ସହଜ ଘରୋଇ ଉପଚାର ରହିଛି। ଯାହା ଦ୍ବାରା ମାତ୍ର ୫ ମିନିଟ ମଧ୍ୟରେ ମୁଣ୍ଡବିନ୍ଧାରୁ ରକ୍ଷା ମିଳିବ। ଏଥି ସହ ଏହାର କୌଣସି ପାର୍ଶ୍ବପ୍ରତିକ୍ରିୟା ମଧ୍ୟ ରହିନଥାଏ।
ଅଦା ମୁଣ୍ଡ ବିନ୍ଧା ପାଇଁ ରାମବାଣ ଭଳି କାମ କରିଥାଏ। ଏହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ଏହାକୁ ଛୋଟଛୋଟ କାଟି ପାଣିରେ ଫୁଟାଇ ଦିଅନ୍ତୁ। ଏହି ପାଣିରୁ ବାହାରୁଥିବା ବାଷ୍ପକୁ ନିଶ୍ବାସ ଯୋଗେ ଗ୍ରହଣ କରନ୍ତୁ। ଦେଖିବେ ବହୁ କମ ସମୟ ମଧ୍ୟରେ ଆପଣଙ୍କ ମୁଣ୍ଡ ବିନ୍ଧା ବନ୍ଦ ହୋଇଯିବ।
ସାଧାରଣ ମୁଣ୍ଡ ବିନ୍ଧା ବା ମାଇଗ୍ରେନ୍ ହୋଇଥିଲେ ଆଇସ୍ ପ୍ୟାକ୍ ଲାଗାଇବା ଲାଭଦାୟକ। ଏହି ସମୟରେ ଆଇସ୍ ପ୍ୟାକକୁ ବେକର ପଛ ପାଖରେ ରଖିବା ଦ୍ବାରା ଆରାମ ମିଳିଥାଏ।
ମୁଣ୍ଡ ବିନ୍ଧାକୁ ୫ ମିନିଟରେ କମ କରିଥାଏ ପୋଦିନା ପତ୍ର। ଏହାର ରସକୁ ପାଣିରେ ମିଶାଇ ପିଇବା ଦ୍ବାରା ମୁଣ୍ଡ ବିନ୍ଧା କମ ହେବା ସହ ଶରୀରକୁ ଅନେକ ରୋଗରୁ ମୁକ୍ତି ମିଳିଥାଏ ।
ଘରୋଇ ଉପାୟରେ ଦୂର କରନ୍ତୁ ମୁଣ୍ଡ ବିନ୍ଧା !

Facebook
Twitter
LinkedIn
Facebook
Twitter
LinkedIn
Recent News
ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ମୋଦି ସରକାରଙ୍କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ପୁରୀ : କେନ୍ଦ୍ରରେ ମୋଦି ସରକାରଙ୍କ ୧୧ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁଭେଚ୍ଛା । ପୁରୀ ନୀଳାଦ୍ରି ବିଚ୍ ପରିସରରେ ୬ଫୁଟର ଏକ ସୁନ୍ଦର ବାଲୁକା କଳା ନିର୍ମାଣ...
ଆଇଇଡି ବିସ୍ଫୋରଣ , ଜଣେ ଏଏସପି ଯବାନ ସହିଦ
ମାଲକାନଗିରି : ଆଇଇଡି ବିସ୍ଫୋରଣରେ କୋଣ୍ଚା ଏଏସପି ସହିଦ । ସୁକୁମା ଜିଲ୍ଲା କୋଣ୍ଟା-ଏରାବୋରା ରାସ୍ତାରେ ବିସ୍ଫୋରଣ । କୋଣ୍ଟା ଏଏସପି ଆକାଶ ରାଓ ଗିରପୁଞ୍ଜେ ସହିଦ...
କାର-ବାଇକ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର
ସାଲେପୁର : କାର-ବାଇକ ମୁହାଁ ମୁହିଁ ଧକ୍କା । ଏଭଳି ଘଟଣା ଘଟିଛି କଟକ ସାଲେପୁର ସପନପୁର ଛକ ନିକଟରେ । ସୂଚନା ମୁତାବକ, ଏକ କାର...
ଚଳନ୍ତା ଟ୍ରେନରୁ ଖସି ୫ ଜଣଙ୍କର ଚାଲିଗଲା ଜୀବନ
ମୁମ୍ବାଇ : ମୁମ୍ବାଇର ଥାଣେ ଅଞ୍ଚଳରେ ଟ୍ରେନ ଟ୍ରାକକୁ ଖସିପଡିଲେ । ଟ୍ରେନରୁ ଖସି ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା । ଟ୍ରେନରୁ ଅନେକ ଯାତ୍ରୀ...