ବାସୁଦେବପୁର : ଘରେ ପଶି ଲୁଟି ନେଲେ ନଗଦ ଟଙ୍କା ଓ ସୁନା । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟିକାଣଡ଼ିହି ଗାଁରେ ଘଟିଛି ଏଭଳି ଘଟଣା । ଗତକାଲି ବିଳମ୍ବିତ ରାତିରେ ଘରର କବାଟ ତାଡି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ ନଗଦ ଟଙ୍କା ଓ ଲକ୍ଷାଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟିନେଇଛନ୍ତି ଦୁର୍ବୃତ୍ତ । ମହାଶିବରାତ୍ରିରେ ଘରେ କେହି ନଥିବାର ସୁଯୋଗ ନେଇ ଏଭଳି ଭୟଙ୍କର କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁସାରେ, ପରମେଶ୍ୱର ସାହୁଙ୍କ ପୁଅ ହୃଷିକେଶ ଗତକାଲି ରାତିରେ ନିକଟରେ ଥିବା ଏକ ଶିବ ମନ୍ଦିରକୁ ପୂଜାପାଇଁ ଯାଇଥିଲେ ।ଯାହାର ସୁଯୋଗ ନେଇ କିଛି ଦୁର୍ବୁତ୍ତ ଘରର ପଛ ପାଖ କବାଟ ତାଡି ଘର ଭିତରକୁ ପଶି ଥିଲେ । ଘରର ଅନ୍ୟ ପରିବାରର ସଦସ୍ୟଙ୍କ ରୁମର କବାଟ ବନ୍ଦ କରି ଏକା ଥିବା ବୋହୁ ଲକ୍ଷ୍ମୀପ୍ରିୟାଙ୍କ ଶୋଇବା ଘରକୁ ପଶିଥିଲେ ।ରାତି ଅଧରେ ହଠାତ ଏଭଳି ମୁଖାପିନ୍ଧା ଦୁର୍ବୁତ୍ତଙ୍କୁ ଦେଖି ଭୟଭୀତ ହୋଇଯାଇଥିଲେ । ସେହି ସମୟରେ ଲକ୍ଷ୍ମୀପ୍ରିୟାଙ୍କୁ ମାରଣାସ୍ତ୍ର ଦେଖାଇ ସୁନା ଗହଣା ଦେବାକୁ କହିଥିଲେ । ହେଲେ ସେ ରାଜି ନ ହେବାରୁ ତାଙ୍କୁ ମାରଣାସ୍ତ୍ରରେ ମାରିଥିଲେ ଚୋଟ ଉପରେ ଚୋଟ ।ଆଉ ଏହାର ସୁଯୋଗ ନେଇ ଗଡ଼ରେଜ ଭାଙ୍ଗି ସବୁ ସୁନା ଅଳଙ୍କାର ସମେତ ନଗଦ ଟଙ୍କା ନେଇ ପଳାଇ ଯାଇଥିଲେ । ଗୁରୁତର ଅବସ୍ଥାରେ ଲକ୍ଷ୍ମୀପ୍ରିୟା ଚିତ୍କାର କରିବା ସହିତ ବଡ଼ କଷ୍ଟରେ ଅନ୍ୟ ରୁମରେ ଶୋଇଥିବା ପରିବାରର ସଦସ୍ୟଙ୍କ କବାଟ ଖୋଲି ଥିଲା ।ବୋହୂର ଏଭଳି ଅବସ୍ଥା ଦେଖି ଶାଶୁ ଶ୍ୱଶୁର ତୁରନ୍ତ ନିଜ ପୁଅକୁ ଫୋନ କରିବା ସହ ବୋହୂକୁ ନିକଟସ୍ତ ବାସୁଦେବପୁର ଡାକ୍ତରଖାନାକୁ ନେଇ ଯାଇଥିଲେ । କିନ୍ତୁ ସେଠାରେ ଲକ୍ଷ୍ମୀପ୍ରିୟାଙ୍କ ଅବସ୍ଥା ଗୁରୁତର ହେବାରୁ ତାକୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ନେଇଯାଇଛନ୍ତି ।
ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟ

Facebook
Twitter
LinkedIn
Facebook
Twitter
LinkedIn
Recent News
ଯାତ୍ରୀବାହୀ ବସରେ ଲାଗିଲା ନିଆଁ
ରାଜସ୍ଥାନ : ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ବସରେ ୫୭ ଜଣ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୦-୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା...
ନୂଆପଡା ଉପନିର୍ବାଚନ ; କିଏ ହେବେ ବିଜେଡିରୁ ପ୍ରାର୍ଥୀ ?
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ କିଏ ହେବେ ତାକୁ ନେଇ ଚର୍ଚ୍ଚା । ୪ରୁ ୫ ଜଣଙ୍କ ନାଁ ତାଲିକାଭୁକ୍ତ ହୋଇଥିବା ବେଳେ...
ସିରିଜ ପୋଛିନେଲା ଭାରତ , ୭ ୱିକେଟରେ ୱେଷ୍ଟିଣ୍ଡିଜକୁ ହରାଇଲା
ନୂଆଦିଲ୍ଲୀ : ୭ ୱିକେଟରେ ଭାରତ ଜିତି ୨-୦ ସିରିଜ କବଜା କରିଛି । ୱେଷ୍ଟଇଣ୍ଡିଜ ଦ୍ବିତୀୟ ଇନିଂସରେ ୩୯୦ ରନ୍ କରି ଭାରତକୁ ୧୨୧ ରନର...
କୋଲ୍ଡରିଫ ସମେତ ଏ ସମସ୍ତ ସିରପକୁ ବିଷାକ୍ତ କହିଲା “ହୁ”
ନୂଆଦିଲ୍ଲୀ : କୋଲ୍ଡରିଫ୍ ସମେତ ରେସପିଫ୍ରେସ୍ ଟିଆର ଓ ରିଲିଫ୍ ସିରପକୁ ବିଷାକ୍ତ କହିଲା ହୁ । ଏହି ୩ କଫ୍ ସିରପରେ ଡାଇଏଥିଲିନ୍ ଗ୍ଲାଇକୋଲ ଓ...