The Ultimate Managed Hosting Platform
ADVERTISEMENT

ଗୋଷ୍ଠୀ ସଂଘର୍ଷ , ୧୫ରୁ ଅଧିକ ଆହତ

Facebook
Twitter
LinkedIn

କୋଣାର୍କ : ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ୧୫ରୁ ଉଦ୍ଧ୍ୱର୍ ଆହତ । ବାଲିଦିଆ ଓ ତରାସାହି ଗାଁ ମଧ୍ୟରେ ଗଣ୍ଡଗୋଳ , ମାରପିଟ । ଦେବୀ ନଦୀ ପଠାରୁ କାଜୁ ତୋଳାକୁ କେନ୍ଦ୍ର କରି ଗଣ୍ଡଗୋଳ । ବାଲିଦିଆ ଗାଁର ୧୫ରୁ ଉଦ୍ଧ୍ୱର୍ ଆହତ, ଘଟଣାସ୍ଥଳରେ ପୋଲିସ । ସମସ୍ତ ଆହତଙ୍କୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଦେବୀ ନଦୀ ମଧ୍ୟ ଭାଗରେ ଥିବା ସୁନେଇଡିଆ ନାମରେ ପରିଚିତ ସରକାରୀ ଟାପୁକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି ।ସୂଚନା ଅନୁସାରେ ନଦୀ ମଧ୍ୟ ଭାଗରେ ଥିବା ଏହି ସରକାରୀ ଜମିକୁ ଦୀର୍ଘ ବର୍ଷ ହେବ ଅସ୍ତରଙ୍ଗ ଅଂଚଳର ବାଲିଡିଆ ଗ୍ରାମର ଗ୍ରାମବାସୀ ମାନେ ପ୍ରାୟ ୨୪ ବର୍ଷ ହେଲା ଚାଷ କରି ଆସୁଛନ୍ତି । ଏହି ସ୍ଥାନରେ ବାଲିଡିଆ ଗ୍ରାମର ଲୋକମାନେ କାଜୁ ଜଙ୍ଗଲ ସୃଷ୍ଟି କରି ସେଥିରୁ କାଜୁ ତୋଳିବା ପାଇଁ ଆଜି ସକାଳୁ ଯାଇଥିବା ବେଳେ ସେଠାରେ ପୂର୍ବରୁ ପ୍ରସ୍ଥୁତ ହୋଇ ରହିଥିବା ଜଗତ୍ସିଂହପୁର ଜିଲ୍ଲାର ତରାସାହି ଗାଁର ୨୦୦ରୁ ଅଧିକ ଗ୍ରାମବାସୀ ମରଣାନ୍ତକ ଆକ୍ରମଣ କରିଥିଲେ । ଅସ୍ତରଙ୍ଗ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login