କଟକ: ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ଗୋପାଳପୁର ନିକଟ କାଠଯୋଡି ବ୍ରିଜ ଉପରେ ଦିନ ସାଢ଼େ ୩ଟା ସମୟରେ ଏକ ସ୍କୁଟି ଚାଳକକୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ପଳାଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ସ୍କୁଟି ଚାଳକର ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବା ପାଇଁ କଟକ ସଦର ପୋଲିସ ପକ୍ଷରୁ ତଦନ୍ତ ଜାରିରହିଛି । ଏହି ରାସ୍ତାରେ ଅନେକ ଦୁର୍ଘଟଣା ଘଟୁଥିବାରୁ ଲାଗାତାର ଟ୍ରାଫିକ ପୋଲିସ ଡିୟୁଟି କରିବା ପାଇଁ ବ୍ୟବସ୍ଥା କରାଯିବାକୁ ସଧାରଣ ରେ ଦାବି ହେଉଛି । ଟ୍ରାଫିକ ପୋଲିସ ବସିବା ପାଇଁ ଅସ୍ଥାୟୀ ସେଡ଼ ଏବଂ ପାନୀୟ ଜଳର ବ୍ୟବସ୍ଥା କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
Views: 64