ବଣାଇ : ବୃଦ୍ଧଙ୍କୁ ଗୋଡାଇ ଗୋଡାଇ କଚାଡିଲା ଦନ୍ତା । ହାତୀ ଆକ୍ରମଣରେ ବୃଦ୍ଧଙ୍କ ଜୀବନ ଚାଲିଯାଇଛି । ମୃତକ ହେଲେ ବନ୍ଦଲ ଗାଁର ୫୫ ବର୍ଷୀୟ ବିଠଲ ନାୟକ । ଗତକାଲି ରାତିରେ ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ବରସୁଆଁ ରେଞ୍ଜରେ ଘଟିଛି । ସୂଚନା ଅନୁଯାୟୀ , ଗତକାଲି ବିଠଲ ନିଜର ଜଣେ ସାଙ୍ଗଙ୍କ ସହ ରେଙ୍ଗମାଗାଁକୁ ବୁଲିବାକୁ ଯାଇଥିଲେ । ସେଠାରୁ କାମ ସାରି ଉଭୟ ରାତିରେ ଜଙ୍ଗଲ ରାସ୍ତାରେ ଘରକୁ ଫେରୁଥିଲେ । ଘରକୁ ଫେରୁଥିବାବେଳେ ଦନ୍ତା ହାବୁଡରେ ପଡିଯାଇଥିଲେ । ଜୀବନ ବିକଳରେ ବିଠଲ ଦୈାଡି ପଳାଉଥିବା ବେଳେ ଦନ୍ତାବିଠଲଙ୍କୁ ନେଇକଚାଡି ମାରିଥିଲା । ବନବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି ।
Views: 26