କଟକ : ହାଇକୋର୍ଟଙ୍କ ଗୁରୁତ୍ୱପୁର୍ଣ୍ଣ ରାୟ । ବିଚାରାଧିନ ଆପରାଧିକ ମାମଲାରେ ବ୍ୟକ୍ତିଙ୍କ ପାସପୋର୍ଟ ବାଜ୍ୟାପ୍ତି କରାଯିବ ନାହିଁ । ଏ ନେଇ ଓଡ଼ିଶା ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି । ଜଣେ ବ୍ୟକ୍ତିଙ୍କ ପାସ୍ପୋର୍ଟ ବାଜ୍ୟାପ୍ତି ନେଇ ପାସ୍ପୋର୍ଟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ ଆପରାଧିକ ମାମଲା ବିଚାରାଧୀନ ଥିବା କାରଣରୁ ପାସପୋର୍ଟ ପ୍ରଦାନ ବା ନବୀକରଣ କରିବା ପ୍ରସଂଗରେ ଆଇନରେ କୌଣସି କଟକଣା ନାହିଁ । ପାସ୍ପୋର୍ଟ ଆଇନର ଧାରା ୧୦(୩)ରେ ଥିବା ବ୍ୟବସ୍ଥା ବାଧ୍ୟତାମୂଳକ ନୁହେଁ, ଇଚ୍ଛାଧୀନ । ଏଭଳି ସ୍ଥିତିରେ ପାସ୍ପୋର୍ଟ ବାଜ୍ୟାପ୍ତି ନେଇ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ । ଆବେଦନକାରୀଙ୍କ ସପକ୍ଷରେ ପାସ୍ପୋର୍ଟ ଦୁଇ ସପ୍ତାହ ଭିତରେ ପୁନଃସ୍ଥାପିତ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ.କେ.ସିପାନିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ହାଇକୋର୍ଟଙ୍କ ଗୁରୁତ୍ୱପୁର୍ଣ୍ଣ ରାୟ, ଅପରାଧିକ ମାମଲା ପାଇଁ ବ୍ୟାଜାପ୍ତି ହେବନାହିଁ ପାସପୋର୍ଟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











