ନୂଆଦିଲ୍ଲୀ : ଏଣିକି ଗୋଟିଏ ସିଟିଂରେ ହେବ ନିଟ-ପିଜି ପରୀକ୍ଷା । ନିଟ-ପିଜି ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ମାମଲାର ଶୁଣାଣି କରି ଏନବିଟିକୁ ନିଦେ୍ର୍ଦଶ ଦେଲେ ସୁପ୍ରିମକୋର୍ଟ । ଗୋଟିଏ ସିଫ୍ଟରେ ପରୀକ୍ଷା ପରିଚାଳନା ପାଇଁ ବ୍ୟବସ୍ଥା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରୀକ୍ଷା ଜୁନ ୧୫ ରେ CBT ମୋଡରେ କରାଯିବ । ପୂର୍ବରୁ, ଦୁଇଟି ସିଫ୍ଟରେ ପରୀକ୍ଷା ପରିଚାଳନା ପାଇଁ ଏକ ସୂଚୀ ପ୍ରକାଶ କରାଯାଇଥିଲା ।
NEET PG ପରୀକ୍ଷାରେ ଯୋଗ ଦେଉଥିବା ପ୍ରାର୍ଥୀଙ୍କ ପାଇଁ ଜୁନ୍ ୨ ତାରିଖରେ ପରୀକ୍ଷା ସିଟି ସ୍ଲିପ୍ ପ୍ରକାଶିତ ହେବ । ସିଟି ସ୍ଲିପ୍ ସରକାରୀ ୱେବସାଇଟରେ ପ୍ରକାଶିତ ହେବ ନାହିଁ । ଜାତୀୟ ମେଡିକାଲ୍ ପରୀକ୍ଷା ବୋର୍ଡ ପ୍ରାର୍ଥୀଙ୍କ ପଞ୍ଜିକୃତ ଇମେଲ୍ ଆଇଡିକୁ ସିଟି ସ୍ଲିପ୍ ପଠାଇବ, ଯାହାକୁ ପ୍ରାର୍ଥୀମାନେ ଡାଉନଲୋଡ୍ କରିପାରିବେ ।
Views: 28