ଗଡପତି : ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣାରେ ୧୦ ଗିରଫ । ଗଜପତି ଜିଲ୍ଲା ମୋହନା ଥାନା କୁଇହୁରୁ ଗାଁରେ କାମ୍ବି ମଳିକ ହତ୍ୟା ଘଟଣାର ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫଙ୍କ ମଧ୍ୟରେ ଜଣେ ୮ ମହିଳା ଥିବାବେଳେ ୨ ଜଣ ପୁରୁଷ ଅଛନ୍ତି । ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟିଏ କାତି ଜବତ ହୋଇଛି । ଗତ ମଙ୍ଗଳବାର ରାତିରେ କାମ୍ବି ମଳିକ ଘରେ ଏକୁଟିଆ ଥିବାବେଳେ ଗାଁର ମହିଳା ଓ ପୁରୁଷ ସଂଘବଦ୍ଧ ଭାବେ ହତ୍ୟାକରି ଗାଁ ନିକଟସ୍ଥ ଜଙ୍ଗଲରେ ପୋଡିଦେଇଥିଲେ । ଘଟଣାକୁ ସମ୍ପର୍କରେ ଖବର ପାଇ କୁଇହୁରୁ ଗାଁରେ ତଦନ୍ତ କରିଥିଲା ପୋଲିସ ।
Views: 29