ଆନନ୍ଦପୁର : ଗାଁରେ ବୁଲୁଛନ୍ତି ୨ ଦନ୍ତା ହାତୀ । ଭୟଭୀତ ଅବସ୍ଥାରେ ଗ୍ରାମବାସୀ । ବନବିଭାଗ ପକ୍ଷରୁ ସତର୍କତା ଜାରି । ଆନନ୍ଦପୁର ଉପଖଣ୍ଡ ଦେଓଗାଁ ରେଞ୍ଜରେ ବୁଲୁଛି ହାତୀପଲ । ଦରଡିପାଳ,ଚମ୍ପାପାଳ, ରେକୁଟିଆ, ପଡ଼ିଆପାଳ ଅଞ୍ଚଳରେ ବୁଲି ବୁଲି ଶେଷରେ ଦେଓଗାଁ ଶନି ତୋଟା ନିକଟରେ ପହଞ୍ଚିଛନ୍ତି ୨ଦାନ୍ତ ହାତୀ । ରାତି ତମାମ ଗାଁରୁ ଗାଁ ହାତୀ ବୁଲୁଥିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ବାସିନ୍ଦା । ଗାଁ ଗାଁ ବୁଲି ହାତୀ ପାଖକୁ ନଯିବାକୁ ଲୋକଙ୍କୁ ସତର୍କ କରାଉଛନ୍ତି ଦେଓଗାଁ ବନ ବିଭାଗ କର୍ମଚାରୀ । ହାତୀଙ୍କୁ ସୁରକ୍ଷିତ ଭାବେ ଘଉଡ଼ାଇବାକୁ ପ୍ରୟାସ ଚାଲିଛି ।
Views: 50











