ବାଲେଶ୍ୱର : ଗହଣା ଦୋକାନରୁ ସଟର କାଟି ଲୁଟ । ଶିଳ୍ପାଞ୍ଚଳ ଥାନା ନୂଆଗାଁ ଛକ ଗହଣା ଦୋକାନରୁ ଲୁଟ । ବିଳମ୍ବିତ ରାତିରେ କଳାକନା ବୁଲାଇଲେ ଦୁର୍ବୁତ୍ତ । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେଇଗଲା ଦୁର୍ବୁତ୍ତ । ଦୋକାନୀଙ୍କ କହିବା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରିରେ ଘଟିଛି ଏଭଳି ଘଟଣା । ଦୃର୍ବୁତ୍ତମାନେ ଦୋକାନର ସଟରକୁ କଟରରେ କାଟି ରୂପା, ସୁନା ଓ ମରାମତି ପାଇଁ ଆସିଥିବା ସବୁ ସୁନା ଗହଣାକୁ ଲୁଟ କରିଛନ୍ତି । ସୁନା ବ୍ୟବସାୟୀ ରେମୁଣା ଗୋଲେଇ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ତନାଘନା ଆରମ୍ଭ କରିଛି ।
Views: 18