ଭୁବନେଶ୍ୱର ; କାଳବୈଶାଖୀ ବର୍ଷା ଆଣିବ ଆଶ୍ବସ୍ତି । ଆଜି ଠାରୁ ଏପ୍ରିଲ ୬ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି । ଆଜି ଘଡ଼ଘଡ଼ି ସହ ବର୍ଷା ପାଇଁ ୧୦ ଜିଲ୍ଲା କୋରାପୁଟ, ମାଲକାନଗିରି,ନବରଙ୍ଗପୁର କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ବର୍ଷା ବେଳେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ଆସନ୍ତାକାଲି ଅଧିକ ଜିଲ୍ଲାରେ ବର୍ଷା ବପନ ରହିଛି । ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏପ୍ରିଲ ୩ ଓ ୪ ରେ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ। ଅଧିକ ଜିଲ୍ଲାରେ ବର୍ଷା ହେବ। ତେବେ ଏପ୍ରିଲ ୪ରେ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି ।
Views: 36