The Ultimate Managed Hosting Platform
ADVERTISEMENT

ଗଣ୍ଡଗୋଳ ଓ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଯୁବକ ଉମରକୋଟ ପୋଲିସ ଦ୍ବାରା ଗିରଫ ଓ କୋର୍ଟ ଚାଲାଣ

Facebook
Twitter
LinkedIn

ଉମରକୋଟ(ବିଶ୍ୱଜିତ ମଲ୍ଲିକ) : ଉମରକୋଟ ସହରର ଜଣେ ଯୁବକ ବନ୍ଧୁକ ଦେଖାଇ ଭୟଭୀତ କରି ମାରପିଟ କରିଥିବା ଅଭିଯୋଗରେ ଉମରକୋଟ ପୋଲିସ ଦ୍ବାରା ଗିରଫ ହେଇଛି । ୯ ତାରିଖ ଦିନ ରାତି ପ୍ରାୟ ୮.୩୦ମିନିଟ ସମୟରେ ଉମରକୋଟ ସହର ନିକଟସ୍ଥ ନୂଆଗୁଡ଼। ( ୟୁ ଭି ୭) ଗ୍ରାମର ମିଥୁନ ମିତ୍ର ଓ ତାଙ୍କ ଗ୍ରାମ ର ସଞ୍ଜୟ ମିତ୍ର ଏକ ବାଇକ୍ ଯୋଗେ ଏକ ବାହାଘରରେ ଯୋଗ ଦେବା ପାଇଁ ଚାଟିଗୁଡ଼ା ଗ୍ରାମକୁ ଯାଉଥିବା ବେଳେ ଉମରକୋଟ ନୁଆ ବସଷ୍ଟାଣ୍ଡ ଠାରେ କୌଣସି ଏକ ଘଟଣାକୁ ନେଇ କେନାଲ ସାହିର ଅମିତ ହରିଜନ ଓ ତାର ୨ ସହଯୋଗୀଙ୍କ ସହ ଯୁକ୍ତିତର୍କ ହେଲା। ଅମିତ ବନ୍ଧୁକ ବାହାର କରି ଭୟଭୀତ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଲୁହା ଖଡୁରେ ମୁଣ୍ଡରେ ମାରିବା ସହ ଦେହସାରା ପ୍ରବଳ ମାଡ ମାରିଥିଲେ। ଏପରିକି ବନ୍ଧୁକ ଦେଖାଇ ତାକୁ ଓ ତାଙ୍କ ପରିବାରକୁ ଜୀବନରେ ମାରିଦେବି ବୋଲି ଧମକ ଦେବା ସହ ଘଟଣା ସମୟରେ ତାଙ୍କ ଗ୍ରାମର କିଛି ବ୍ୟକ୍ତି ଖବର ପାଇଁ ଛଡେଇବାକୁ ଆସିବା ବେଳେ ସେମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ ବୋଲି ମିଥୁନ ମିତ୍ର ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣା ଘଟାଇବା ପରେ ସେଦିନ ଠାରୁ ଅମିତ ଫେରାର ହୋଇଯାଇ ଥିଲା। ଉମରକୋଟ ପୋଲିସ ତାକୁ ଧରିବା ପାଇଁ ଉଦ୍ୟମ ଜାରୀ ରଖିଥିଲା। ଗତକାଲି ବିଳମ୍ବିତ ରାତିରେ ଉମରକୋଟ ସହରର ଭାଲୁଗୁଡ଼ା ଠାରେ ପୋଲିସ ଅମିତକୁ ଗିରଫ କରିଥିବା ସହ ଆଜି କୋର୍ଟ ଚାଲାଣ କରିଛି। ଅମିତ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୨୬ (୨), ୨୯୬, ୧୧୫ (୨) , ୩୫୧ (୩), ୩ (୫), ୨୫,୨୭ ଧାରା ରେ ମୋକଦ୍ଦମା ରୁଜ୍ଜୁ କରିଛି। ବର୍ତ୍ତମାନ ପର୍ୟ୍ୟନ୍ତ ଉମରକୋଟ ପୋଲିସ ଅମିତ ଠାରୁ ବନ୍ଧୁକ ଜବତ କରିପାରିନ।ହି।ଉମରକୋଟ ଥାନା ଆଇଆଇସି ରମାକାନ୍ତ ସାଏଙ୍କ ନିଦେ୍ର୍ଦଶ କ୍ରମେ ଘଟଣାର ତଦନ୍ତ ଅଧିକାରୀ ପୋଲିସ ସବ ଇନ୍ସପେକ୍ଟର ଷୌମେନ୍ଦ୍ର ସେଠ, ସବ ଇନ୍ସପେକ୍ଟର ଶିବଜି ପଣ୍ଡା ଓ ପୁଷ୍ପଲତା ସୁନାନି ଓ କନେଷ୍ଟବଳ ନରେନ୍ଦ୍ର ନାୟକ ମିଳିତ ଉଦ୍ୟମରେ ଅମିତକୁ ଗିରଫ କରାଯାଇଛି। ଉମରକୋଟ ପୋଲିସ ଘଟଣା ର ତଦନ୍ତ କରୁଛି ଓ ଘଟଣା ରେ ଆଉ କିଛି ଯୁବକ ହାତ ଥିବା ସନେ୍ଦହ କରି ତଦନ୍ତ କରୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login