ନୂଆଦିଲ୍ଲୀ : ସାମ୍ନାକୁ ଆସିଲା ଜ୍ୟୋତି ମଲହୋତ୍ରାର ହ୍ବାଟସାଆପ୍ ଡିଟେଲ୍ସ । ପାକିସ୍ତାନର ଗୁଇନ୍ଦା ଗିରି କରିଥିବା ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ନେଇ ପୁଣି ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ତାଙ୍କ ହ୍ବାଟସଆପର ଡିଟେଲ୍ସ ଏବେ ଦେଖିବାକୁ ମିଳିଛି । ସେଥିରେ ସେ ଅଲି ହାସନଙ୍କ ସହ ଚାଟ୍ କରିଥିବା ଦେଖିବାକୁ ମିଳିଛି । ଏହି ଚାଟରେ ଅଲି ହାସନ ଜ୍ୟୋତିଙ୍କୁ କହିଛନ୍ତି ଯେ, ତୁମେ ଖୁସିରେ ରୁହ ବୋଲି ମୁଁ ହୃଦୟରୁ ପ୍ରାର୍ଥନା କରୁଛି । ଯାହା ପରେ ଜ୍ୟୋତି ଏକ ହସିବାର ଇମୋଜି ତାଙ୍କୁ ପଠାଇଛନ୍ତି । ଏପଟେ ଜ୍ୟୋତି ତାଙ୍କ ବିବାହ ପାକିସ୍ତାନରେ କରିବାକୁ ଅଲିଙ୍କୁ କହିଛନ୍ତି । ପାକିସ୍ତାନ ସହିତ ତାଙ୍କର ଏକ ଭିନ୍ନ ଧରଣର ଭାବ ପ୍ରବଣତା ରହିଛି ବୋଲି ଏଥିରୁ ଅନୁମାନ କରାଯାଉଛି । ଜ୍ୟୋତି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଅଲି ହାସନଙ୍କ ସହ ଅନେକ ଦିନ ଧରି ଯୋଗାଯୋଗରେ ରହି ଆସିଥିଲେ । ଅନ୍ୟପଟେ ପୋଲିସ ଯାଞ୍ଚ କରିବା ପରେ ଜ୍ୟୋତିଙ୍କର ୪ଟି ବ୍ୟାଙ୍କ୍ ଆକାଉଣ୍ଟ ସୁରାଖ ପାଇଛି । ତାଙ୍କର ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଦୁବାଇରେ ଲିଙ୍କ୍ ଥିବା ତଦନ୍ତରୁ ଜଣାପଡିଛି । ତାଙ୍କର କେଉଁ କେଉଁଠୁ ସବୁ ପଇସା କାରବାର ହେଉଛି ତା’ର ଅନୁମାନ କରାଯାଉଛି । ବର୍ତ୍ତମାନ ତାଙ୍କର ଅନ୍ୟ ଆକାଉଣ୍ଟଗୁଡିକର ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି ।
ଖୋଲିଲା ଜ୍ୟୋତିଙ୍କ ଆଉ ଏକ ଗୁମର

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...