The Ultimate Managed Hosting Platform
ADVERTISEMENT

ଖୋଲିଲା କେଦାରନାଥ ପୀଠର ଦ୍ବାର

Facebook
Twitter
LinkedIn

ନୂଆଦିଲ୍ଲୀ : ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା କେଦାରନାଥ ଧାମର କବାଟ । ଆଜି ସକାଳୁ ରୀତିନୀତି ଅନୁସାରେ କେଦାରନାଥ ପୀଠର ଦ୍ବାର ଫିଟାଯାଇଛି । ଦ୍ବାର ଫିଟା ନୀତି ପାଇଁ ସକାଳ ୫ଟାରୁ ହିଁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ପାରମ୍ପାରିକ ବାଦ୍ୟ ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଥିଲା ବାବାଙ୍କ ଧାମ । ଏବେ ବାବା କେଦାରନାଥଙ୍କ ଦର୍ଶନ କରିପାରିବେ ଭକ୍ତ । ଶ୍ରଦ୍ଧାଳୁଙ୍କ ଜୟ କେଦାର, ହର ହର ସମ୍ଭୁ, ବମ ଭୋଲେ ନାରାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ମନ୍ଦିରକୁ ୨୦ କୁଇଣ୍ଟାଲ ଫୁଲ ସାଜସଜ୍ଜା କରାଯାଇଛି ।
ପଞ୍ଚମୁଖୀ ମୂର୍ତ୍ତି ବିମାନରେ ରାଓ୍ବଲ ନିବାସରୁ ମନ୍ଦିର ପରିସରରେ ପହଞ୍ଚିଥିଲା । ସୋମବାର ସନ୍ଧ୍ୟାରୁ କେଦାରନାଥ ପୀଠକୁ ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜ୍ଜା ଯାଇଥିଲା । ମନ୍ଦିର ଦ୍ବାର ଫିଟା ନୀତି ବେଳକୁ ପ୍ରାୟ ୮ ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ଗତ ୭୨ ଘଣ୍ଟା ଧରି ଉତ୍ତରାଖଣ୍ଡରେ ବରଫପାତ ଜାରି ରହିଥିବାରୁ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ଅଟକି ରହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login