ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତ ଆସିପାରନ୍ତି ପୁଟିନ ଏବଂ ଜେଲେନସ୍କି । ଏପରି ପରିସ୍ଥିତିରେ ଉଭୟ ଦେଶକୁ ସମାଧାନର ରାସ୍ତା ଦିଲ୍ଲୀରୁ ମିଳିପାରିବ କି ନାହିଁ ସେନେଇ ପ୍ରଶ୍ନ ଉଠୁଛି ।
ୟୁକ୍ରେନୀୟ ରାଷ୍ଟ୍ରଦୂତ ଓଲେକଜାଣ୍ଡର ପୋଲିଶଚୁକ୍ କହିଛନ୍ତି ଯେ, ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକି ଖୁବ୍ ଶୀଘ୍ର ଭାରତ ଗସ୍ତ କରିପାରନ୍ତି । କିନ୍ତୁ ଗସ୍ତର ତାରିଖ ଏପର୍ୟ୍ୟନ୍ତ ସ୍ଥିର ହୋଇନାହିଁ । ବର୍ତ୍ତମାନ ତାରିଖ ସମ୍ପର୍କରେ ଆଲୋଚନା ଚାଲିଛି । ଗତ ବର୍ଷ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ୍ ଗସ୍ତ କରି ଜେଲେନ୍ସକିଙ୍କୁ ଭେଟିଥିଲେ । ସେତେବେଳେ ସେ ତାଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ । ଜେଲେନସ୍କି ଭାରତ ଗସ୍ତ ନେଇ ତାରିଖ ଧାର୍ୟ୍ୟ ଚାଲିଥିବା ସମୟରେ ପୁଟିନ୍ ମଧ୍ୟ ଭାରତ ଗସ୍ତରେ ଆସିବାର କାର୍ୟ୍ୟକ୍ରମ ରହିଛି । ଭାରତର ସମ୍ପର୍କ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଭଲ ରହିଛି । ଯାହା ଯୁଦ୍ଧ ବନ୍ଦ କରିବାର ଏକ ରାସ୍ତା ଦେଖାଇପାରିବ । ଅନ୍ୟପଟେ ଭାରତର ପ୍ରଧାନମନ୍ତ୍ରୀ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସକିଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ । ଉଭୟ ପକ୍ଷ ଏହା ଉପରେ କାମ କରୁଛନ୍ତି। ଆମେ ଆଶା କରୁଛୁ ଯେ ରାଷ୍ଟ୍ରପତି ଜେଲେନ୍ସକି ନିଶ୍ଚିତ ଭାବରେ ଭାରତ ଆସିବେ ।
ଖୁବଶୀଘ୍ର ଭାରତ ଆସିପାରନ୍ତି ପୁଟିନ ଏବଂ ଜେଲେନସ୍କି !
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







