The Ultimate Managed Hosting Platform
ADVERTISEMENT

ଖୁବଶୀଘ୍ର ଆଉ ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବେ ସରକାର

Facebook
Twitter
LinkedIn

ଭୁବନେଶ୍ୱର : ଓଡ଼ିଶାରେ ୧୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଜେପି ସରକାର ନିଯୁକ୍ତି ଦେଇଛନ୍ତି । ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଗତକାଲି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।ସେପଟେ ପିଅନ ଓ କିରାଣିର ବି ଆବଶ୍ୟକତା ଦେଖି ନିଯୁକ୍ତି ଦିଆଯିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କହିଛନ୍ତି, ଆମ ସରକାର ଶିକ୍ଷା କ୍ଷେତ୍ରକୁ ଗୁରୁତ୍ଵ ଦେଉଛି, ଆମ ବିଭାଗରେ ସବୁଠୁ ଅଧିକ ନିଯୁକ୍ତି ଦିଆ ଯାଉଛି ।
ପ୍ରଶ୍ନକାଳରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବା ନେଇ କୌଣସି ବ୍ୟବସ୍ଥା ହୋଇଛି କି ନାହିଁ ? ପ୍ରଶ୍ନ କରିଥିଲେ ଅତାବିରା ବିଧାୟକ ନିହାର ମହାନନ୍ଦ । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବା ନେଇ ନୀତିଗତ ବ୍ୟବସ୍ଥା ରହିଛି । ପୂର୍ବ ସରକାର ତରବର ଭାବରେ ଠିକ ଭାବରେ ବିଚାର ନକରି କମ୍ ଛାତ୍ରଛାତ୍ରୀ ଥିବା ସମୁଦାୟ ୫ହଜାର ୬ଶହ ୩୨ଟି ସ୍କୁଲର ମିଶ୍ରଣ କରିଛନ୍ତି । ୧୦୦ ମିଟର ବ୍ୟବଧାନରେ ଥିବା ୨ହଜାର ୧୫୨ଟି ସାଟେଲାଇଟ ସ୍କୁଲକୁ ମିଶ୍ରଣ କରାଯାଇଛି । ସିଡ୍ୟୁଲ ଏରିଆ ତଥା ସଂରକ୍ଷିତ ଅଞ୍ଚଳରେ ସର୍ବନିମ୍ନ ୨୦ ପିଲା ଓ ନନ୍ ସିଡ୍ୟୁଲ ତଥା ଅଣସଂରକ୍ଷିତ ଅଞ୍ଚଳରେ ୪୦ ପିଲା ଥିଲେ ସ୍କୁଲ ଖୋଲିବା ନେଇ ବିଚାର କରାଯିବ । ପ୍ରକ୍ରିୟା ଅନୁସାରେ ଆବେଦନ କରାଯିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login