The Ultimate Managed Hosting Platform
ADVERTISEMENT

ଖାଇକୁ ଖସିଲା ଫଳ ବୋଝେଇ ଟ୍ରକ, ଚାଲିଗଲା ୧୦ ଜୀବନ

Facebook
Twitter
LinkedIn

ବାଙ୍ଗାଲୋର : ଖାଇକୁ ଖସିଲା ଫଳ ବୋଝେଇ ଟ୍ରକ । କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାର ୟାଲାପୁରା ହାଇୱେରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୁଲାପୁରାରେ ଫଳ ବୋଝେଇ ଟ୍ରକ ଅନିୟନ୍ତ୍ରିତ ହୋଇ ଏକ ଟ୍ରିପରକୁ ଧକ୍କା ଦେଇଥିଲା । ଫଳରେ ୧୦ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ଘଟଣା ସକାଳ ୪ଟାରେ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ପୋଲିସ ଅଧିକାରୀଙ୍କ କହିବା ମୁତାବକ, ଫଳ ବୋଝେଇ ଟ୍ରକ ଅନିୟନ୍ତ୍ରିତ ହୋଇ ୫୦ ମିଟର ଖାଇକୁ ଖସିପଡିଥିଲା । ଫଳରେ ଏଥିରେ ଥିବା ୧୦ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ହୁବଲୀର କିମସ ହସପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଲୋକ ଫଳ ବିକ୍ରେତା, ସାବନୁରରୁ ଫଳ ବିକିବା ପାଇଁ ୟାଲାପୁରା ମେଳାକୁ ଯାଉଥିଲେ । ଦୁର୍ଘଟଣା ଜଙ୍ଗଲ ଅଞ୍ଚଳରେ ହୋଇଛି ବୋଲି ଉତ୍ତର କନ୍ନଡ ପୋଲିସ ଅଧିକ୍ଷକ ଏମ ନାରାୟଣ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login