The Ultimate Managed Hosting Platform
ADVERTISEMENT

ଖତରୋ କେଁ ଖିଲାଡି-୧୨ରେ ଆସିବେ ନଜର…

Facebook
Twitter
LinkedIn

 ଟେଲି ଦୁନିଆର ଚର୍ଚ୍ଚିତ ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ ।  ଖୁବ୍ ଶୀଘ୍ର ଖତରୋ କେଁ ଖିଲାଡି-୧୨ରେ ନଜର ଆସିବେ । ବର୍ତ୍ତମାନ ରୋହିତ ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଶୋ ଖତରୋ କେଁ ଖିଲାଡି-୧୨ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଟିଭିର ଲୋକପ୍ରିୟ ରିଆଲିଟି ଶୋ’ର ନୂଆ ସିଜନ୍ ବର୍ତ୍ତମାନ ପ୍ରି-ପ୍ରଡକ୍ସନ୍ ମଞ୍ଚରେ ଅଛି। ନିର୍ମାତାମାନେ ଏହି ଶୋ ପାଇଁ ଟିଭି ଏବଂ ଫିଲ୍ମ ଜଗତ ସହିତ ଜଡିତ ଷ୍ଟାରଙ୍କ ନିକଟକୁ ଅଫର ଆପ୍ରୋଚ କରୁଛନ୍ତି। ଏହି ଶୋ ସହିତ ଅନେକ ଲୋକଙ୍କ ନାମ ମଧ୍ୟ ଯୋଡା ଯାଇଛି । ଏହି ତାଲିକାରେ, ବର୍ତ୍ତମାନ ଶିବଙ୍ଗୀ ଯୋଶୀଙ୍କ ନାମ ସାମିଲ୍‌ ହୋଇଛି । କୁହାଯାଉଛି କି ସେ ମଧ୍ୟ ଯୋଗ ଦେଇ ପାରନ୍ତି ।

ସୂଚନା ଅନୁଯାୟୀ ଖତରୋ କେଁ ଖିଲାଡି-୧୨ ର ନିର୍ମାତା ଏହି ଅଭିନେତ୍ରୀଙ୍କୁ ସାମିଲ୍‌ କରିବାକୁ ଚାହୁଁଛନ୍ତି। କହିବାକୁ ଗଲେ ଏହା ପୂର୍ବରୁ ଶିବାଙ୍ଗୀ ଯୋଶୀ କୌଣସି ରିଆଲିଟି ଶୋରେ ଅଂଶଗ୍ରହଣ କରିନାହାଁନ୍ତି। ଏଭଳି ପରିସ୍ଥିତିରେ, ଏହି ଶୋ ’ତାଙ୍କ କ୍ୟାରିୟରର ମୋଡ଼ ବଦଳାଇପାରେ। ୟେ ରିସ୍ତା କ୍ୟା କେହଲାତେ ହେ ରୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିବା ହିନା ଖାନ୍ ମଧ୍ୟ ଖତରୋ କେଁ ଖିଲାଡି ମାଧ୍ୟମରେ ତାଙ୍କ ବୋହୂ ଭୂମିକା ଶେଷ କରିଥିଲେ।

ବର୍ତ୍ତମାନ ପର୍ଯ୍ୟନ୍ତ, ରୋହିତ ଶେଟ୍ଟୀଙ୍କ ଶୋ’ରେ ବିଗ୍ ବସ୍ -୧୫ର ଫେମ୍‌ ସିମ୍ବା ନାଗପାଲ, ପ୍ରତୀକ ସହଜପାଲ, ଉମର ରିଆଜ ଏବଂ ରୁବିନା ଦିଲାଇକ ଭଳି ଅନେକ କଳାକାରଙ୍କ ନାମ ଯୋଡା ଯାଉଛି । ଶିବଙ୍ଗୀ ଯୋଶୀଙ୍କ ବିଷୟରେ କଥା ହେବାବେଳେ ନିକଟରେ ବାଲିକା ବଧୁ-୨ ବନ୍ଦ ହେବାର ଖବର ମଧ୍ୟ ସାମ୍ନାକୁ ଆସିଥିଲା। ତେବେ ଏହି ଖବର ଉପରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login