ସୁନ୍ଦରଗଡ : ସୁନ୍ଦରଗଡ ଖଣି ଚୋରି ମାମଲାର ଏସଆଇଟି ତଦନ୍ତ ଆରମ୍ଭ । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ପରେ ତଦନ୍ତ ଆରମ୍ଭ କଲା ଏସଆଇଟି । ହେମଗିରିରେ ଏସଆଇଟି ମୁଖ୍ୟ ସଞ୍ଜୟ କୈାଶଳଙ୍କ ନେତୃତ୍ୱରେ ତଦନ୍ତ । ପ୍ରଥମ ପର୍ୟ୍ୟାୟରେ ଗ୍ରାଉଣ୍ଡ ଜିରୋ ନୁହଁ, ଖଣିଜ ଲୁଟ୍ ଦସ୍ତାବିଜ ଘାଣ୍ଟିବା ଆରମ୍ଭ କରିଛି ଭିଜିଲାନ୍ସ । ସୁନ୍ଦରଗଡ଼ ଜିଲାପାଳ ଖଣି ଚୋରି ଘଟଣା ନେଇ ରାଜ୍ୟ ସରକାର ଙ୍କୁ ପ୍ରଦାନ କରିଥିବା ରିପୋର୍ଟ ଖଣି ବିଭାଗର ସ୍ୱତନ୍ତ୍ର ଏନଫୋର୍ସ ଟିମ ଗ୍ରାଉଣ୍ଡ ଜିରୋରେ ତଦନ୍ତ କରି ଦେଇଥିବା ରିପୋର୍ଟ , ସୁନ୍ଦରଗଡ଼ ଏସପିଙ୍କ କନଫିଡେନସିଆଲ ରିପୋର୍ଟ , ବନବିଭାଗର ରିପୋର୍ଟ ସହ ଖଣି ଚୋରି ଜଙ୍ଗଲ ଜମି ଗୁଡିକ କେଉଁ କେଉଁ କମ୍ପାନୀଙ୍କୁ ଆବଣ୍ଟିତ କରାଯାଇଥିଲା ତାହାର ଦସ୍ତାବିଜକୁ ତନ୍ନତନ୍ନ କରି ଯାଞ୍ଚ କରୁଛି ଭିଜିଲାନ୍ସ । ଆଜି ଠାରୁ କଟକ ଅଫିସରେ ଏହି କାର୍ୟ୍ୟ ଆରମ୍ଭ ହୋଇଛି ।
Views: 29