ନୂଆଦିଲ୍ଲୀ : କ୍ୟାନସର ପାଇଁ ଆସିଲା ଟିକା । କର୍କଟ ରୋଗ ବିରୋଧରେ ଭ୍ୟାକସିନ ପ୍ରସ୍ତୁତ ନେଇ ଦାବି କରିଛି ରୁଷ । ୨୦୨୫ପି ଦେଶର ନାଗରିକଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଚଳିତ ଶତାବ୍ଦୀର ଏହା ସବୁଠୁ ବଡ ଉଦ୍ଭାବନ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି । ରୁଷ ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କ୍ୟାନସର ଭ୍ୟାକସିନ ପ୍ରସ୍ତୁତିରେ ସଫଳତା ନେଇ ଗତକାଲି ସ୍ପଷ୍ଟ କରିଥିଲା। ସ୍ବାସ୍ଥ୍ୟ ମନ୍ତ୍ରାଳୟର ରେଡିଓଲୋଜି ରିସର୍ଚ୍ଚ ସେଣ୍ଟର ଡାଇରେକ୍ଟର ଆନ୍ଦ୍ରେୟି କପ୍ରିନ ରେଡିଓରେ ଘୋଷଣା କରିଥିଲେ। କ୍ୟାନସର ପାଇଁ mRNA ଭ୍ୟାକସିନ ବିକଶିତ କରାଯାଇଥିବା ସେ କହିଛନ୍ତି।
Views: 36