ସାଲେପୁର : କ୍ଷୀର ଟ୍ୟାଙ୍କରକୁ ଧକ୍କା ଦେଲା ହାଇୱା । ସାଲେପୁର ଥାନା ବୋଦାମୁଣ୍ଡାଇ ଛକରେ ବାଲି ବୋଝେଇ ଏକ ହାଇୱା କ୍ଷୀର ଟ୍ୟାଙ୍କରକୁ ଧକ୍କା ଦେଇଛି । ଏଥିରେ ହାଇୱା ଡ୍ରାଇଭର ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଉଭୟ ଗାଡ଼ିର ଡ୍ରାଇଭର ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହ ତଦନ୍ତ କରୁଛି। ବାଲି ଚାଲାଣ ଉପରେ ଲାଗିଛି କଟକଣା ।
Views: 27