ଗଜପତି : କ୍ଲାସ ରୁମରେ ୨୦ ଫୁଟ ଅହିରାଜ । ରାୟଗଡା ଏସଏଡି ବିଦ୍ୟାଳୟ ଶ୍ରେଣୀ ଗୃହରୁ ଅହିରାଜ ଉଦ୍ଧାର । ଉଦ୍ଧାର ସାପକୁ ଜଙ୍ଗଲରେ ଛାଡିଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ । କିଛି ଦିନ ହେବ ବିଦ୍ୟାଳୟ ପରିସରରେ ଉକ୍ତ ସାପଟି ବୁଲାବୁଲି କରୁଥିବା ବେଳେ ତାକୁ କେହି ଧରି ପାରୁନଥିଲେ। ଗତକାଲି ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଥିବା ଷଷ୍ଠ ଶ୍ରେଣୀ ଗୃହକୁ ସାପଟି ପଶି ଆସିଥିବା ବେଳେ ସେଠାକାର କର୍ମଚାରୀ ମାନେ ଉପସ୍ଥିତ ବୁଦ୍ଧି ଖଟାଇ ଶ୍ରେଣୀଗୃହର କବାଟ ବନ୍ଦ କରିଦେଇଥିଲେ ଫଳରେ ସାପଟି ବାହାରକୁ ବାହାରି ପାରି ନଥିଲା । ସାପକୁ ଦେଖି ବିଦ୍ୟାଳୟ କତ୍ତୃପକ୍ଷ ତୁରନ୍ତ ସ୍ନେକ ହେଲ୍ପଲାଇନକୁ ଜଣାଇଥିଲେ । ସାପଟି ଉକ୍ତ ଶ୍ରେଣୀଗୃହରେ ପ୍ରାୟ ତିନି ଘଣ୍ଟା ଧରି ବନ୍ଦ କୋଠରୀ ଭିତରେ ରହିଥିଲା । ଗଞ୍ଜାମ ଜିଲ୍ଲାରୁ ସ୍ନେକ ହେଲ୍ପଲାଇନର ଦୁଇ ଜଣ ସଦସ୍ୟ ଆସି ସାପଟିକୁ ଉଦ୍ଧାର କରିଥିବା ଜଣାପଡ଼ଛି ।
Views: 31