The Ultimate Managed Hosting Platform
ADVERTISEMENT

‘କ୍ରୀସ୍-୪’ ରେ ନଜର ଆସିବେ!

Facebook
Twitter
LinkedIn

ନୂଆଦିଲ୍ଲୀ : ‘କ୍ରୀସ୍-୪’ରେ ନଜର ଆସିବେ ଶ୍ରଦ୍ଧା । ଏହାକୁ ନେଇ ଖୁବ ଚର୍ଚ୍ଚା ହେଉଛି। ‘ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ‘ସ୍ତ୍ରୀ ୨’ ନିକଟରେ ମୁକ୍ତିଲାଭ କରିଛି। ଶ୍ରଦ୍ଧା ଓ ରାଜ୍କୁମାର ରାଓଙ୍କ ଏହି ଫିଲ୍ମ ପାଞ୍ଚଦିନ ମଧ୍ୟରେ ବକ୍ସ ଅଫିସ୍ରୁ ୨୭୫ କୋଟି ଟଙ୍କା ଆୟ କରିଛି। ଶ୍ରଦ୍ଧା ସ୍ତ୍ରୀ ୨’ର ସଫଳତାକୁ ଦେଖି ‘କ୍ରୀସ୍-୪’ର ନିର୍ଦ୍ଦେଶକ କରନ୍ ମଲହୋତ୍ରା ଶ୍ରଦ୍ଧାଙ୍କ ନାମ ବାଛିଥିବା କୁହାଯାଉଛି। ଏହାବାଦ୍ ଶ୍ରଦ୍ଧା ଗତବର୍ଷ କରିଥିବା ଏକ ପୋଷ୍ଟରୁ ସେ ଏହି ଫିଲ୍ମରେ କାମ କରିବେ ବୋଲି ଚର୍ଚ୍ଚା ହେଉଛି। କାରଣ ଶ୍ରଦ୍ଧା ସୂର୍ୟ୍ୟକିରଣରେ ଏକ ଫଟୋ ପୋଷ୍ଟ କରି ଏହାର କ୍ୟାପସନ୍ରେ ଲେଖିଥିଲେ, ‘ଯାଦୁ ଭଳି ସୂର୍ୟ୍ୟକିରଣର ଆବଶ୍ୟକତା ରହିଛି।’ ଏଥିରେ ହ୍ରିତିକ୍ ମନ୍ତବ୍ୟ ଦେଇଥିାଲେ,‘ ମୁଁ ତାକୁ କହିଦେଇଛି, ସେ ଆସୁଛି।’ କିନ୍ତୁ ଏନେଇ ଫିଲ୍ମର ପ୍ରଯୋଜକ ସ୍ପଷ୍ଟ ଭାବେ କିଛି କହିନାହାନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login