ଉଦଳା : ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନବମ ଶ୍ରେଣୀ ଛାତ୍ରଙ୍କ ନିର୍ଯ୍ୟାତନା ଅଭିଯୋଗ । ଖୁଣ୍ଟା ଥାନା ବାସିପିଠା ସ୍ଥିତ ଏକ ଉଚ୍ଚ ବିଦ୍ୟାଳୟରେ ନିର୍ଯ୍ୟାତନା । ଛାତ୍ରଙ୍କୁ ମାଡ ମାରିବା ସହ ବ୍ଲେଡରେ ଆକ୍ରମଣ ଅଭିଯୋଗ । ଛାତ୍ରଙ୍କ ଦେହରେ ଶତାଧିକ କଟା ଦାଗ । ସ୍କୁଲ ହଷ୍ଟେଲରେ ରହୁଥିବା ବାରିପଦା ଭୁଗୁଡାକଟା ଅଞ୍ଚଳର ଷଷ୍ଠ ଶ୍ରେଣୀର ଜଣେ ଛାତ୍ରଙ୍କୁ ହଷ୍ଟେଲରେ ରହୁଥିବା ନବମ ଶ୍ରେଣୀ ଛାତ୍ରମାନେ ଦେଇଛନ୍ତି ଏଭଳି ନିର୍ୟାତନା ।
ସୂଚନା ଅନୁସାରେ ନବମ ଶ୍ରେଣୀ ଛାତ୍ରମାନେ ବସି ହଷ୍ଟେଲରେ ମଦ ପିଉଥିବାବେଳେ ଷଷ୍ଠ ଶ୍ରେଣୀ ଛାତ୍ର ଜଣକ ଦେଖିଥିଲେ । ଏ ନେଇ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ । ଉତ୍ତ୍ୟକ୍ତ ହୋଇ ନବମ ଶ୍ରେଣୀ ଛାତ୍ରମାନେ ତାକୁ ପରଦିନ ଏକ ରୁମ ଭିତରେ ଲୁହା ରଡ଼ରେ ମାଡ଼ ମାରିଥିଲେ । ଏହା ସହିତ ହାତକୁ ବ୍ଲେଡରେ କାଟି ଦେଇଥିଲେ ଏହା ପରେ ବିଧା, ଗୋଇଠା ମାରିବା ସହିତ କ୍ଷତ ସ୍ଥାନରେ ଲୁଣ ମାରି ନିର୍ୟାତନା ଦେଇଥିଲେ । କେବଳ ସେତିକି ନୁହେଁ ସୀମା ସରହଦ ଡେଇଁ ଛାତ୍ରମାନେ ଛୁରୀ ଦେଖାଇ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଛାତ୍ରଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି ।
କୋମଳମତି ଷଷ୍ଠ ପିଲା ପ୍ରତି ବର୍ବରତା

Facebook
Twitter
LinkedIn
Facebook
Twitter
LinkedIn
Recent News
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...
ପାକିସ୍ତାନରେ ଭୀଷଣ ଅଗ୍ନିକାଣ୍ଡ, ୫ ଜଣଙ୍କର ଚାଲିଗଲା ଜୀବନ
ନୂଆଦିଲ୍ଲୀ : ପାକିସ୍ତାନର ପେଶାୱାର ସହରରେ ଭୀଷଣ ଅଗ୍ନିକାଣ୍ଡ ଘିଟିଛି । ଏହି ଅଗ୍ନିକାଣ୍ଡରେ ୫ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏହା ସମେତ ଅନେକ ଲୋକ...
ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଟ୍ରେନ
ତାମିଲନାଡୁ : ତାମିଲନାଡୁର କୁଡ୍ଡାଲୋର ଜିଲ୍ଲାର ସେମାଙ୍କୁପ୍ପମ ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଆଜି ସକାଳେ ଦେଖିବାକୁ ମିଳିଛି ।...
ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ
ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...