The Ultimate Managed Hosting Platform
ADVERTISEMENT

କୋଟି କୋଟି ଟଙ୍କାର ଲୋନ ଠକେଇକୁ ନେଇ ସାଂସଦ ରାମକ୍ରିଷ୍ଣା ରାଜୁଙ୍କ ବିରୋଧରେ ସିବିଆଇର ଚାର୍ଜସିଟ୍ ଦାଖଲ

Facebook
Twitter
LinkedIn

ନୂଆଦିଲ୍ଲୀ: ୱାଇଏସଆର କଂଗ୍ରେସ ସାଂସଦ କେ ରଘୁରାମକ୍ରିଷ୍ଣା ରାଜୁଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛନ୍ତିି । କେ ରଘୁରାମକ୍ରିଷ୍ଣା ରାଜୁଙ୍କ ସହ ଇଣ୍ଡ- ବାରଥ କମ୍ପାନୀର ବିଭିନ୍ନ ସହଯୋଗୀ କମ୍ପାନୀର ୧୫ଜଣଙ୍କ ବିରୋଧରେ ୯୪୭.୭୦ କୋଟିର ଲୋନ ଠକେଇ ମାମଲାରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରେ ମଧୁସୁଦନ ରେଡ୍ଡି , ବାରଥ ପାୱାର, ଇନଫ୍ରା ଲିମିଟେଡ, ଅର୍କୟ ଏନ୍‌ର୍ଜି, ଶିବା ସି ବେସ୍‌, ଇଣ୍ଡ- ବାରଥ ପାୱାର, ଇଣ୍ଡ- ବାରଥ ଏନ୍‌ଜି ଉତ୍କଳର ନାଣ ମଧ୍ୟ ରହିଛି । ଏତଦ୍ ବ୍ୟତୀତ କମ୍ପାନୀର କଣ୍ଟ୍ରାକ୍ଟର , ସୋକିଓ ପାୱାର ପ୍ରାଇଭେଟ୍ ଲିମିଟେଡ, ୱାଇ ନାଗାର୍ଜୁନ ରାଓ, ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ପ୍ରବୀଣ କୁମାର ଜାବାଦଙ୍କ ନାଁ ମଧ୍ୟ ଚାର୍ଜସିଟରେ ଉଲ୍ଲେ୍‌ଖ ରହିଛି । ଏନେଇ ସିବିଆଇ ୨୦୧୯ରେ ୯୪୭.୭୦ କୋଟିର ଲୋନ ଘୋଟଲା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ଅନୁଯାୟୀ କେ ରଘୁରାମକ୍ରିଷ୍ଣା ରାଜୁ ବିଭିନ୍ନ କମ୍ପାନୀ ଓ ବ୍ୟକ୍ତିଙ୍କ ଠାରୁ ତୁତିକୋରନରେ ଥର୍ମାଲ ପ୍ଲାଣ୍ଟ୍ ବସାଇବା ପାଇଁ ୯୪୭.୭୦ କୋଟି ଟଙ୍କା ନେଇଥିଲେ । କିନ୍ତୁ କମ୍ପାନୀ କୌଣସି ପ୍ରକଳ୍ପକୁ ଶେଷ କରିନଥିଲେ । ବରଂ ଟଙ୍କାକୁ ନେଇ ସେ ୟୁକୋ ବ୍ୟାଙ୍କରେ ଫିକ୍ସ ଡିପୋଜିଟ୍ କରିଥିଲେ । ଏହାସହ ଲୋନ ନେବାର ମଧ୍ୟ ଅସାଧୁ ଉପାୟ ଅବଲମ୍ବନ କରିଥିଲେ । ସେହିପରି ରାଜୁଙ୍କ ସମେତ ତାଙ୍କର ଆଉ କିଛି ସହଯୋଗୀ କମ୍ପାନୀ ଥର୍ମାଲ ପ୍ଲାଣ୍ଟ ବସାଇବାକୁ ନେଇଥିବା ଟଙ୍କା ଅନ୍ୟ ଦିଗରେ ବିନିଯୋଗ କରିଥିଲେ । ଯାହା ଫଳରେ ଅନେକ ସଂସ୍ଥା ଓ ବ୍ୟକ୍ତି ପରେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ୱାଇଏସଆର କଂଗ୍ରେସ ସାଂସଦ କେ ରଘୁରାମକ୍ରିଷ୍ଣା ରାଜୁଙ୍କ ବିରୋଧରେ ସିବିଆଇ ଚାର୍ଜସିଟ ଦାଖଲ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login