The Ultimate Managed Hosting Platform
ADVERTISEMENT

କେସ ଡାଏରୀ ପାଇଁ ଲାଞ୍ଚ ନେଉଥିଲେ ସବଇନସ୍ପେକ୍ଟର, ଏବେ ହେଲେ ଗିରଫ

Facebook
Twitter
LinkedIn

ଭୁବନେଶ୍ୱର : ଗିରଫ ହେଲେ ଲାଞ୍ଚୁଆ ସବଇନସ୍ପେକ୍ଟର । କେସ୍ ଡାଏରୀ ଦେବାପାଇଁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶରଣକୂଳ ଥାନା ସବ୍ ଇନ୍ସପେକ୍ଟର ରାଜେଶ ଶ୍ରୀଚନ୍ଦନଙ୍କୁ ଧରିଥିଲା ଭିଜିଲାନ୍ସ । କଲ୍ୟାଣପୁରର ମୋନାଲିସା ଦାସଙ୍କ ଠାରୁ ନେଉଥିଲେ ଲାଞ୍ଚ । ରେଡରେ ଭୁବନେଶ୍ବର ଓ ନୟାଗଡ ଭିଜିଲାନ୍ସ ଟିମ୍ ସାମିଲ୍ ଥିଲା । ସୂଚନା ଅନୁଯାୟୀ, ମୋନାଲିସା ଦାସ ନାମକ ଜଣେ ମହିଳା ଥାନାରେ ଏଫଆଇର ଦେବାକୁ ଆସିଥିଲେ । ମାତ୍ର ଏଫଆଇଆର ରଖିବାକୁ ଟଙ୍କା ମାଗିଥିଲେ ଏସଆଇ ଜଣକ । ଏମିତିକି ଟଙ୍କା ନଦେଲେ ଏଫଆଇଆର ରଖିବେନି ବୋଲି ମଧ୍ୟ କହିଥିଲେ । ତେବେ ଶେଷରେ ମହିଳା ଜଣକ ଭିଜିଲାନ୍ସକୁ ସୂଚନା ଦେଇଥିଲେ । ଆଉ ଭିଜିଲାନ୍ସ ଏସଆଇଙ୍କୁ କେସ୍ ଡାଏରୀ ଦେବାପାଇଁ ୪ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଛି । ସେପଟେ ଭିଜିଲାନ୍ସ ଟିମ୍ ଗଠନ କରି ଶ୍ରୀଚନ୍ଦନଙ୍କ ଘର ଏବଂ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଲିଭ-ଇନରେ ରହୁଥିବା ପ୍ରେମୀ ଯୁଗଳଙ୍କ ପାଇଁ ରାୟ ଶୁଣାଇଲେ ସୁପ୍ରିମ କୋର୍ଟ

ୱକଫ ଆଇନ ସଂଶୋଧନ ପ୍ରସଙ୍ଗ : କେନ୍ଦ୍ରକୁ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ୱାକଫ ଆଇନ ମାମଲା ନେଇ ସୁପ୍ରିମକୋର୍ଟରେ ଶୁଣାଣି । ଜବାବ ଦାଖଲ ପାଇଁ କେନ୍ଦ୍ରକୁ ସପ୍ତାହ ପାଇଁ ସମୟ ଦେଲେ ସୁପ୍ରିମକୋର୍ଟ । ଜବାବ...

Login