ବ୍ୟୁରୋ : କଞ୍ଚା ପିଆଜ ଖାଇବାକୁ ଖୁବ କମ ଲୋକ ପସନ୍ଦ କରନ୍ତି । ସ୍ୱାଦ ପାଇଁ ଆମେ ଏହାକୁ ସାଲାଡରେ ଖାଇଥାଉ । କଞ୍ଚା ପିଆଜ ଆମ ଶରୀର ପାଇଁ ଔଷଧ ଭଳି କାମ କରିଥାଏ । ଏଥିରେ ଏହା ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟି-ଷ୍ଟ୍ରେସ୍ ଏବଂ ଯନ୍ତ୍ରଣାରୁ ମୁକ୍ତି, ଆଣ୍ଟି-ଇନ୍ଫ୍ଲାମେଟୋରୀ, ଆଣ୍ଟି-ଡାଇବେଟିସ୍, ଷ୍ଟୋନ -ପ୍ରତିରୋଧକ ଏବଂ ଆଣ୍ଟି-ଆର୍ଥ୍ରିକ୍ ଅଟେ । ପିଆଜରେ ଆଣ୍ଟି-ଅକ୍ସିଡାଣ୍ଟ ଉପାଦାନ ଥାଏ ଯାହା ଶରୀରକୁ ଖରାରେ ଲଢ଼ିବା ପାଇଁ ଶକ୍ତି ଦେଇଥାଏ । ପିଆଜରୁ ପ୍ରଚୁର ମାତ୍ରାରେ ଭିଟାମିନ୍ ଏ, ବି ୬, ବି-କମ୍ପ୍ଲେକ୍ସ ଏବଂ ସି ମିଳିଥାଏ ।କଞ୍ଚା ପିଆଜ କେଶ, ଯକୃତ ଏବଂ ଅନ୍ତନଳୀକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ବାୟୋଆକ୍ଟିଭ ଗୁଣ ପିଆଜରେ ମିଳିଥାଏ ଯାହା ଶରୀରରେ କିଛି ଅଙ୍ଗର କାର୍ୟ୍ୟରେ ଉନ୍ନତି ଆଣେ ଏବଂ ସେଲ୍ସକୁ ପ୍ରୋତ୍ସାହିତ କରେ । ପିଆଜରେ ଥିବା ସଲଫର ଏବଂ ଜିଙ୍କ ଅନେକ ସମସ୍ୟାକୁ ରୋକିବାରେ ସାହାଯ୍ୟ କରେ ।

ଆୟୁର୍ବେଦରେ ମଧ୍ୟ କଞ୍ଚା ପିଆଜକୁ ବହୁତ ବ୍ୟବହାର କରାଯାଏ । ଏହା ଆପଣଙ୍କ ଶରୀର ସହିତ ଚର୍ମ ଏବଂ କେଶ ପାଇଁ ବହୁତ ଲାଭଦାୟକ। ଏହାକୁ “ଗରିବଙ୍କ ଔଷଧ” ମଧ୍ୟ କୁହାଯାଏ, ଯାହା ସହଜରେ ମିଳିଥାଏ । ଶସ୍ତା ଏବଂ ସୁସ୍ଥ ହୋଇଥାଏ ପିଆଜ । ପିଆଜକୁ ବାତ ସମ୍ବନ୍ଧୀୟ ରୋଗରେ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହାର ନିୟମିତ ସେବନ ଭୋକ, ପାଚନ ଶକ୍ତି ବୃଦ୍ଧି କରେ ।

ଏହା ସହିତ ହାର୍ଟ ଜନିତ ସମସ୍ୟା ପାଇଁ ଲାଭକାରୀ ହୋଇଥାଏ । କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ପିଆଜ କର୍କଟ ରୋଗର ବିପଦ କମ କରିବାରେ ମଧ୍ୟ ସହାୟକ । ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ, ଶରୀରରେ ବ୍ଲଡ ସୁଗର ଲେଭଲକୁ ନିୟନ୍ତ୍ରଣ କରିବାରେ ପିଆଜ ସାହାଯ୍ୟ କରିଥାଏ । ଯାହା ବୈଜ୍ଞାନିକଙ୍କ ରିସର୍ଚ୍ଚରୁ ଜଣାପଡିଛି ।