ନୂଆଦିଲ୍ଲୀ : ୫୬ ତମ ଜିଏସଟି କାଉନସିଲ ବୈଠକରେ ବଡ ନିଷ୍ପତ୍ତି । ଏଣିକି ସାରା ଦେଶରରେ ୫ ଓ ୧୮ ପ୍ରତିଶତ ସ୍ଲାବ ଲାଗୁ । ଏବେ ଜିଏସଟିରେ କ୍ୱଳ ଦୁଇଟି ସ୍ଲାବ ରହିବ । ୧୨ ଓ ୨୮ ପ୍ରତିଶତ ସ୍ଲାବ ବନ୍ଦ କଲେ କେନ୍ଦ୍ର ସରକାର । ଆସନ୍ତା ୨୨ ତାରିଖରୁ ଲାଗୁ ହେବ ନୂଆ ସ୍ଲାବ । ସୈାଖୀନ ଓ ତମାଖୁ ଜାତ ସାମଗ୍ରୀ ଉପରେ ୪୦ ପ୍ରତିଶତ ସ୍ଲାବ । ଛେନା, ପନିର, ବ୍ରେଡ ଓ ପିଜା ଉପରେ ଜିଏସଟି ନାହିଁ । ସେପ୍ଟେମ୍ବର ୨୨ ତାରିଖରୁ ଲାଗୁ ହେବ ନୂଆ ସ୍ଲାବ । ସୂତ୍ର ସୂଚନା ମୁତାବକ ସ୍ୱାସ୍ଥ୍ୟ ଓ ଜୀବନ ବୀମା ଉପରେ ଜିଏସଟି ଲାଗିବ ନାହିଁ । ଉପଭୋଗ ସାମଗ୍ରୀକୁ ୪୦ ପ୍ରତିଶତ ସ୍ଲାବରେ ରଖାଯାଇଛି । ଏବେ ଅଧିକାଂଶ ସାମଗ୍ରୀ ଉପରେ ୫ ଓ ୧୮ ପ୍ରତିଶତ ଟ୍ୟାକ୍ସ ଲାଗିବ । ଏହା ଔପଚାରିକ ଭାବେ ଘୋଷଣା ହୋଇନାହିଁ ।
Views: 46