ପାରଳାଖେମୁଣ୍ଡି : ଗତ ୧୪ ତାରିଖ ସୋମବାର ଠାରୁ ପାରଳାଖେମୁଣ୍ଡି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ ଭୁବନେଶ୍ୱର ଓଡିଶା ଶାଖା ତରଫରୁ ୨୫ ପର୍ଯ୍ୟନ୍ତ ୧୦ ଦିନଧରି ଜିଲ୍ଲା ଶିକ୍ଷଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଜପତି ଜିଲ୍ଲା ହିନ୍ଦୀ ଶିକ୍ଷକ ମାନଙ୍କର ପ୍ରଶିକ୍ଷଣ ଶିବିର ଉଦଘାଟନ ହୋଇଯାଇଛି I ଉଦ୍ଘାଟନୀ ଉତ୍ସବରେ ଭୁବନେଶ୍ୱର କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନର ନିର୍ଦେଶକ ଡ.ରଞ୍ଜନ କୁମାର ଦାସ,ଡ.ଚନ୍ଦ୍ର ପ୍ରତାପ ସିଂ ସମ୍ବଳ ସାଧନ ଅଧିକାରୀ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଆମ୍ପୋଲୁ ରବି କୁମାର ଓ ଏମଆରବି ହାଇସ୍କୁଲର ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ ଓ ଆଗାମୀ ୨୫ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲୁରହିବ ଓ ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୭୦ ଜଣ ପ୍ରଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଛନ୍ତି I ପ୍ରଶିକ୍ଷାର୍ଥୀ ମାନଙ୍କ ମଧ୍ୟରୁ ଶ୍ରୀ ଶରତ ଚନ୍ଦ୍ର ପାଢ଼ୀ, ଶ୍ରୀ ସରୋଜ କୁମାର ଭୂୟାଁ, ଚନ୍ଦ୍ରକାନ୍ତି ନାୟକ ସଂଯୋଜନା ଓ ପରିଚାଳନା କରୁଛନ୍ତି I ଏଭଳି ଏକ ପ୍ରଶିକ୍ଷଣ ଶିବିର ଗଜପତିରେ ଅନୁଷ୍ଠିତ ହେଉଥିବା ଯୋଗୁଁ ଗଜପତି ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ଡ. ରଞ୍ଜନ କୁମାର ଦାସ ନିର୍ଦେଶକ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ ଓ ଗଜପତି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ ମହୋଦୟଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି I
କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ ଭୁବନେଶ୍ୱର ଓଡିଶା ଶାଖା ତରଫରୁ ପ୍ରଶିକ୍ଷଣ ଶିବିର ଉଦଘାଟନ
Facebook
Twitter
LinkedIn
Facebook
Twitter
LinkedIn
Recent News
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...
ଜିଲ୍ଲାପାଳଙ୍କ ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ
କଟକ : କଟକ ଜିଲ୍ଲାପାଳଙ୍କ ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ । ବାଙ୍କୀରେ ଜନ ଅଭିଯୋଗ ଶୁଣାଣି ବେଳେ ଆତ୍ମାହୁତି ଉଦ୍ୟମ । ପରିବାର ମଙ୍ଗଳ ଯୋଜନା...











