ପାରଳାଖେମୁଣ୍ଡି : ଗତ ୧୪ ତାରିଖ ସୋମବାର ଠାରୁ ପାରଳାଖେମୁଣ୍ଡି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ ଭୁବନେଶ୍ୱର ଓଡିଶା ଶାଖା ତରଫରୁ ୨୫ ପର୍ଯ୍ୟନ୍ତ ୧୦ ଦିନଧରି ଜିଲ୍ଲା ଶିକ୍ଷଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଜପତି ଜିଲ୍ଲା ହିନ୍ଦୀ ଶିକ୍ଷକ ମାନଙ୍କର ପ୍ରଶିକ୍ଷଣ ଶିବିର ଉଦଘାଟନ ହୋଇଯାଇଛି I ଉଦ୍ଘାଟନୀ ଉତ୍ସବରେ ଭୁବନେଶ୍ୱର କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନର ନିର୍ଦେଶକ ଡ.ରଞ୍ଜନ କୁମାର ଦାସ,ଡ.ଚନ୍ଦ୍ର ପ୍ରତାପ ସିଂ ସମ୍ବଳ ସାଧନ ଅଧିକାରୀ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଆମ୍ପୋଲୁ ରବି କୁମାର ଓ ଏମଆରବି ହାଇସ୍କୁଲର ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ ଓ ଆଗାମୀ ୨୫ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲୁରହିବ ଓ ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୭୦ ଜଣ ପ୍ରଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଛନ୍ତି I ପ୍ରଶିକ୍ଷାର୍ଥୀ ମାନଙ୍କ ମଧ୍ୟରୁ ଶ୍ରୀ ଶରତ ଚନ୍ଦ୍ର ପାଢ଼ୀ, ଶ୍ରୀ ସରୋଜ କୁମାର ଭୂୟାଁ, ଚନ୍ଦ୍ରକାନ୍ତି ନାୟକ ସଂଯୋଜନା ଓ ପରିଚାଳନା କରୁଛନ୍ତି I ଏଭଳି ଏକ ପ୍ରଶିକ୍ଷଣ ଶିବିର ଗଜପତିରେ ଅନୁଷ୍ଠିତ ହେଉଥିବା ଯୋଗୁଁ ଗଜପତି ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ଡ. ରଞ୍ଜନ କୁମାର ଦାସ ନିର୍ଦେଶକ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ ଓ ଗଜପତି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ ମହୋଦୟଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି I
କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ ଭୁବନେଶ୍ୱର ଓଡିଶା ଶାଖା ତରଫରୁ ପ୍ରଶିକ୍ଷଣ ଶିବିର ଉଦଘାଟନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











