ଭୁବନେଶ୍ୱର : ବିସ୍ଫୋରକ ବୟାନ ଦେଲେ ଲକ୍ଷ୍ମୀପୁରର ନେତା କୈଳାସ କୁଲେସିକା । ବିଜେଡି ବିରୁଦ୍ଧରେ ସାଂଘାତିକ ବୟାନ ଦେଲେ କୁଲେସିକା । ଟିକେଟ ନ ଦେଇ , କୋଟିଏ ଟଙ୍କା ଯାଚିଥିବା କହିଲେ କୁଲେସିକା । ବବି ଦାସ ମୋତେ ଟିକେଟ ପ୍ରତିଶ୍ରୁତି ଦେଇ ବିଜେଡିକୁ ଆଣିଥିଲେ । ମୁଁ ମିଶିବାକୁ ତାଙ୍କ ପାଖକୁ ଯାଇ ନ ଥିଲି , ସେମାନେ ମୋ ପାଖକୁ ଆସିଥିଲେ । କାଲି ପର୍ଯ୍ୟନ୍ତ ବି ଟିକେଟ ଦେବେ କହିଥିଲେ , ଟିଭିରୁ ଜାଣିଲି କାଟିଛନ୍ତି । ଟିକେଟ ନ ଦେଇ କୋଟିଏ ଟଙ୍କା , ଏସଡିସି ଉପଦେଷ୍ଟା ପଦ ଯାଚୁଛନ୍ତି । ମୋତେ କୋଟିଏରେ କିଣିବାକୁ ପ୍ରୟାସ କଲେ ବହୁତ ବାଧିଲା । ପ୍ରତିଶ୍ରୁତି ଦେଇ ପୂରଣ କଲେନି , ମୋ ବିଶ୍ୱାସରେ ବିଷ ଦେଲେ । ମୋ ଅଭିଶାପ ପଡିବ , ଲକ୍ଷ୍ମୀପୁରରେ ବିଜେଡି ଚୁରମାର ହୋଇଯିବ । କୁଲେସିକାରଙ୍କ ଅଭିଯୋଗ ନେଇ ବବି କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିନି ।
Views: 74