The Ultimate Managed Hosting Platform
ADVERTISEMENT

କୁମ୍ଭୀର ପ୍ରଜନନ ପାଇଁ ଆଜିଠୁ ଭିତରକନିକା ବନ୍ଦ

Facebook
Twitter
LinkedIn

ଭୁବନେଶ୍ୱର : ଆଜିଠୁ ଭିତରକନିକା ବନ୍ଦ । କୁମ୍ଭୀର ପ୍ରଜନନ ପାଇଁ ମେ’ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ୟ୍ୟନ୍ତ ଦୀର୍ଘ ୩ ମାସ ଧରି ବନ୍ଦ ରହିବ ଜାତୀୟ ଉଦ୍ୟାନ। ଏହି ସମୟରେ ବଉଳା କୁମ୍ଭୀର ମାନେ ହିଂସ୍ର ହେଉଥିବାରୁ ପର୍ୟ୍ୟଟକ ମାନଙ୍କୁ ଆକ୍ରମଣ କରିବାର ସମ୍ଭାବନା ଥିବାରୁ ବନବିଭାଗ ଭିତରକନିକାକୁ ପର୍ୟ୍ୟଟକ ମାନଙ୍କୁ ବାରଣ କରିଥାଏ। କୁମ୍ଭୀର ମାନଙ୍କ ମିଳନ ପ୍ରକିୟା ପରେ ମା’ କୁମ୍ଭୀର ନଦୀ ଜୁଆର ମାଡୁ ନଥିବା ଉଚ୍ଚ ସ୍ଥାନ ଦେଖି ହେନ୍ତାଳ ଓ ଖରଖରି ପତ୍ରରେ ବସା ବାନ୍ଧି ଅଣ୍ଡାଦାନ କରିଥାଏ। ଅଣ୍ଡାରୁ ଛୁଆ ଫୁଟିବା ପରେ ମା’ କୁମ୍ଭୀର ଛୁଆକୁ ନେଇ ନଦୀରେ ଛାଡିଥାଏ। ଏହି ସମୟରେ କୁମ୍ଭୀର ଆକ୍ରମଣର ସମ୍ଭାବନା ଥିବାରୁ ନଦୀକୂଳିଆ ଗ୍ରାମବାସୀମାନଙ୍କୁ ନଦୀକୁ ଯିବାକୁ ବାରଣ କରିଛି ରାଜନଗର ବନବିଭାଗ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login