The Ultimate Managed Hosting Platform
ADVERTISEMENT

ଆସନ୍ତା ୭ ବେଳକୁ ତାତି କମିବ !

Facebook
Twitter
LinkedIn

ଭୁବନେଶ୍ୱର : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଉ ୨ ଦିନ ଯାଏଁ ଭୀଷଣ ଗ୍ରୀଷ୍ମ ପ୍ରବାହ ପୂର୍ବପରି ବଳବତ୍ତର ରହିବ । ୭ ତାରିଖ ବେଳକୁ ସାରା ରାଜ୍ୟରେ ତାତି ୩ରୁ ୪ ଡିଗ୍ରୀ କମିବ । କାଳବୈଶାଖୀ ବର୍ଷାପ୍ରଭାବରେ ତାତିରେ ହ୍ରାସ ଘଟିବା ସମ୍ଭାବନା ରହିଛି । ଏ ନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିଦେ୍ର୍ଦଶିକା । ଆହୁରି ୩ ଦିନ ପ୍ରବଳ ଖରା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ଜାରି କରାଯାଇଛି। ୧୨ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଝାରସୁଗୁଡା, ବୌଦ୍ଧକୁ ରେଡ ଆଲର୍ଟ ଜାରି କରାଯାଇଛି। ୩ ଓ ୪ ତାରଖ ବେଳକୁ ପାଗରେ ସାମାନ୍ୟ ପରିବର୍ତ୍ତନ ହେବାକୁ ଥିଲେ ସୁଦ୍ଧା ଅରେଞ୍ଜ ଆଲର୍ଟରେ ରହିବ ଆଭ୍ୟନ୍ତରୀଣ ଓଡ଼ିଶା। ଉପକୂଳ ଅଞ୍ଚଳରେ ୩ ରୁ ୪ ଡିଗ୍ରୀ କମିପାରେ ତାପମାତ୍ରା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login