କୁନୋ : କୁନୋ ନ୍ୟାସନାଲ ପାର୍କରୁ ପୁଣି ଆସିଲା ଅଶୁଭ ଖବର। ୨ ଚିତା ଶାବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଫ୍ରିକା ନାମ୍ବିଆରୁ ଆସିଥିବା ଚିତା ନିରଭାର ଦୁଇ ଶାବକଙ୍କ ମୃତ୍ୟୁ ଘଟିଛି। ଗତ ସୋମବାର ଦିନ ନିରଭା ଦୁଇ ଶାବକଙ୍କୁ ଜନ୍ମ ଦେଇଥିଲା। ଏନକ୍ଲୋଜର ମଧ୍ୟରେ ଦୁଇ ଶାବକ ମୃତ ପଡିଥିବା ଦେଖିବାକୁ ମିଳିଛି। ନିରଭାର ଆଉ କିଛି ଶାବକ ଅଛନ୍ତି ନା ନାହିଁ ଏ ନେଇ ମଧ୍ୟ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପାଖରେ କୌଣସି ସୂଚନା ନାହିଁ। ପୂର୍ବରୁ ଚିତା ବାଘ ନିରଭା ୪ ଶାବକଙ୍କୁ ଜନ୍ମ ଦେବା କୁହାଯାଉଥିବା ବେଳେ ଆଉ ଶାବକଙ୍କ ପତ୍ତା ମିଳୁନାହିଁ । ବର୍ତ୍ତମାନ କୁନୋ ନାସନାଲ ପାର୍କରେ ମୋଟ ୨୪ଟି ଚିତାବାଘ ଅଛନ୍ତି। ସେମାନଙ୍କ ମଧ୍ୟରେ ୧୨ଟି ଶାବକ ରହିଛନ୍ତି। ଚିତା ଗାମିନୀର ମୋଟ ୫ ଶାବକ ସୁସ୍ଥ ରହିଛନ୍ତି।
Views: 29