The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

କୁଡିଆ ଘରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ

Facebook
Twitter
LinkedIn

କଳାହାଣ୍ଡି : କୁଡିଆ ଘରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ । ଏପରି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ତାଳବୋରା ଗାଁରେ । କାନ୍ଦୁଲ ଗୁଡିଆରେ ତିଆରି ହୋଇଥିବା ଅସ୍ଥାୟୀ ପାଳ କୁଡିଆରେ ବସାଇ ପାଖ ଜଙ୍ଗଲରେ କାଠ ସଂଗ୍ରହ କରୁଥିଲେ ମାଆ । କିଛି ସମୟ ପରେ ଫେରି ଦେଖିବାବେଳକୁ କୁଡ଼ିଆରେ ନିଆଁ ଲାଗି ଦୁଇ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେମାନଙ୍କ ଚିତ୍କାର ଶୁଣି ମହିଳା ଜଣଙ୍କ ଆସିବା ବେଳକୁ ସବୁକିଛି ସରି ସାରିଥିଲା । ପୁଅଝିଅଙ୍କ ମୃତ୍ୟୁରେ ସ୍ୱାମୀ-ସ୍ତ୍ରୀ ଭାଙ୍ଗି ପଡିଥିବାବେଳେ ଦୁଃଖ ଓ ଶୋକରେ ମ୍ରିୟମାଣ ହୋଇ ସେମାନେ ଗାଁ ମଶାଣିରେ ମୃତ ପୁଅଝିଅଙ୍କ ଶବସଂସ୍କାର କରିଥିବା ଜଣାପଡିଛି । ତେବେ ସରକାରୀ ନିୟମକାନୁନ ବିଷୟରେ ଅଜ୍ଞ ଥିବାହେତୁ ପୋଲିସ ପ୍ରଶାସନକୁ ସେମାନେ ସୂଚନା ଦେଇନାହାନ୍ତି । ଅପରପକ୍ଷରେ ଦୁଇ ନିଷ୍ପାପ ଶିଶୁଙ୍କୁ ହରାଇ ବାପ- ମାଆଙ୍କ ଆଖିରୁ ଲୁହ ଶୁଖୁନଥିବାବେଳେ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଶିଶୁବାଟିକାରେ ନିୟୋଜିତ ହେବେ ଶିଶୁ ସେବିକା, ପାଚିକାମାନଙ୍କ ସମାନୁପାତିକ ହାରରେ ଦରମା ପାଇବେ

ଶିଶୁବାଟିକାରେ ନିୟୋଜିତ ହେବେ ଶିଶୁ ସେବିକା, ପାଚିକାମାନଙ୍କ ସମାନୁପାତିକ ହାରରେ ଦରମା ପାଇବେ

ଭୁବନେଶ୍ୱର : ରାଜ୍ୟର ଶିଶୁବାଟିକାରେ ନିୟୋଜିତ ହେବେ ଶିଶୁ ସେବିକା । ଶିଶୁ ସେବିକା ନିୟୋଜନ ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି । ପିଲାଙ୍କ ଯତ୍ନନେବା ସହ ସହାୟତା...

ମୁଁ ବି ଚିଟଫଣ୍ଡର ଶିକାର ହୋଇଛି-ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପିପିଲିରେ ଓଏସଆରଟିସି ବସ ଧକ୍କା ଘଟଣା ; ୪ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗତକାଲି ପିପିଲି ଜାତୀୟ ରାଜପଥ ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଏ ନେଇ ରେ ସହାୟତା ରାଶି ଘୋଷଣା କରିଛନ୍ତି...

ADVERTISEMENT

Login