ପାରାଦୀପ : ଏକ୍ସପ୍ରେସ ବ୍ୱେ କଲୋନୀରେ ଯୁବକର ଉନ୍ମତ୍ତ କାଣ୍ଡ । ଉନ୍ମତ୍ତ ଯୁବକର ଖଣ୍ଡା ଚୋଟରେ ୨ ମହିଳା ମୃତ । ଜଣଙ୍କର ଘଟଣାସ୍ଥଳରେ ଅନ୍ୟ ଜଣେ ହସ୍ପିଟାଲରେ ମୃତ । ଆକ୍ରମଣକାରୀ ଯୁବକ ନିଶାସକ୍ତ ଥିବା ସୂଚନା । ନିଶାସକ୍ତ ଅବସ୍ଥାରେ ଦୁଇ ମହିଳାଙ୍କ ଘରେ ପଶି ଆକ୍ରମଣ । ଆକ୍ରମଣକାରୀ ଯୁବକ କୁଜଙ୍ଗ ଥାନାରେ ଅଟକ । ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ବଳରାମପୁର ନ୍ୟାସନାଲ ସ୍କୁଲ ନିକଟରେ ଚିଣ୍ଟୁ ନାଥ ନାମକ ଜଣେ ଯୁବକ ସେହି ଗ୍ରାମର ଦୁଇଜଣ ମହିଳାକୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଅତିନିର୍ମମ ଭାବେ ହତ୍ୟା କରିଛି। ଏହି ଅଭାବନୀୟ ଘଟଣା ସମୟରେ ଦୁଇ ମହିଳାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ପହଞ୍ଚି ଅଭିଯୁକ୍ତକୁ କାବୁକରି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ହତ୍ୟା ର କାରଣ ଖୋଜିବା ପାଇଁ ଅଧିକ ତଦନ୍ତ ଚଳାଇଛି। ହତ୍ୟାରେ ବ୍ୟବହୃତ କଟୁରି ଜବତ ହୋଇଛି।
Views: 75