May 16, 2024 10:54 am

The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୧୮-୦୬-୨୦୨୩ ରିଖ ରବିବାର)

Facebook
Twitter
LinkedIn

ମେଷ-ଆଜି ତୃତୀୟ ଚନ୍ଦ୍ର ପ୍ରଭାବରୁ ପ୍ରତ୍ୟେକ ପରିସ୍ଥିତିକୁ ସଜାଡ଼ି ନେବେ । କିନ୍ତୁ କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‌ ସମ୍ଭାବନାକୁ ଦେଖି ମାନସିକ ଚିନ୍ତା ବଢ଼ିଯିବ । କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ସାହାଯ୍ୟ ପାଇପାରିବେ। କ୍ରମଶଃ ଦୂରେଇ ଯାଉଥିବା କୌଣସି ଆମତ୍ୀୟଙ୍କ ପାଇଁ ମନ ଛଟପଟ ହୋଇପାରେ ।

ବୃଷ-ଦୀର୍ଘଦିନ ହେଲା ଯାହା ପାଇନଥିଲେ ଆଜି ତାହା ପାଇବାରେ ଅସୁବିଧା ହେବନାହିଁ । ଶନିଙ୍କ ସୁପ୍ରଭାବରୁ କର୍ମକ୍ଷେତ୍ରରେ ଦାୟିତ୍ୱ ହାତକୁ ନେବାକୁ ବାଧ୍ୟ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରେ ଉନ୍ନତ ମାନର ଫଳ ପାଇବେ। ପୁରାତନ ରୋଗର ପ୍ରାଦୁର୍ଭାବ ବଢ଼ିବା କାରଣରୁ ମାନସିକ ଦୁର୍ବଳତା ଅନୁଭବ କରିପାରନ୍ତି ।

ମିଥୁନ-ଏକତ୍ର ରବି ଓ ଚନ୍ଦ୍ରଜନିତ ସମ୍ପର୍କୀୟଙ୍କ ସହ ମିତ୍ରତା ବଢ଼ାଇବା ସକାଶେ ଚେଷ୍ଟା କରି ନିରାଶ ହେବେ। ଆନୁଷ୍ଠାନିକ କାର୍ଯ୍ୟ ପ୍ରସ୍ତୁତି ସକାଶେ ବ୍ୟସ୍ତ ରହିପାରନ୍ତି। କର୍ମକ୍ଷେତ୍ରରେ ପ୍ରଶାସନିକ କିମ୍ବା ପରିଚାଳନାଗତ ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା କରିବେ। ପାରିବାରିକ ସମ୍ପର୍କ ମନ୍ଦ ହେବନି, ତଥାପି ସାଧାରଣ କଥାକୁ ନେଇ ଦ୍ୱନ୍ଦ୍ୱ ମଧ୍ୟରେ ଗତି କରିବେ ।

କର୍କଟ-ଅନୁକୂଳ ଗ୍ରହଚକ୍ର ହେତୁ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପା ଲାଭ କରି ମନ ଭିତରର କଥାକୁ ପ୍ରକାଶ କରିପାରନ୍ତି। ଅଭାବ ନ ଥିଲେ ମଧ୍ୟ ଖୋଲା ମନ ନେଇ ଖର୍ଚ୍ଚରୁ ଦୂରେଇ ରହିବା ପାଇଁ ଚେଷ୍ଟିତ ହେବେ। କେତେକ ପରିସ୍ଥିତିରେ ନିଜ ଲୋକଙ୍କୁ ସନ୍ଦେହ କରିବା ପରିସ୍ଥିତି ସୃଷ୍ଟି ହେବ। ପାରିବାରିକ ସ୍ତରରେ ସାଧାରଣ କଥାରୁ ସମସ୍ୟା ସୃଷ୍ଟି ହୋଇପାରେ ।

ସି˚ହ-ରାଶ୍ୟାଧିପ ମଙ୍ଗଳ ନକ୍ଷତ୍ରସ୍ଥ ଯୋଗୁ ପରିଶ୍ରମଜନିତ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । କଳା, ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ପାଇବେ । ବନ୍ଧୁଙ୍କ ପାଖରେ ସମସ୍ୟାକୁ ଜଣାନ୍ତୁ; ଅବଶ୍ୟ ସହଯୋଗ ମିଳିଯିବ । ସନ୍ତାନମାନଙ୍କର କିଛି ରହିଥିବା ସମସ୍ୟାର ସମାଧାନ ସକାଶେ ବ୍ୟସ୍ତତା ବଢ଼ିପାରେ ।

କନ୍ୟା-କର୍ମାଧିପ ଭାଗ୍ୟସ୍ଥ ହେତୁ କୌଣସି କାମ ଆରମ୍ଭ କରିବାକୁ ଚାହୁଁଥିଲେ ଶୀଘ୍ର ଆରମ୍ଭ କରିବା ଭଲ। ପିଲାଙ୍କ ପାଇଁ ଜଞ୍ଜାଳ ବୃଦ୍ଧି ପାଇବା ହେତୁ ଦୁଶ୍ଚିନ୍ତାଗ୍ରସ୍ତ ହେବେ। ଶତ୍ରୁତା କରୁଥିବା ଲୋକ ନିଜର ଫାଇଦା ହାସଲର ଅପଚେଷ୍ଟା ଲାଗି ମନ ବଳାଇ ପାରନ୍ତି । ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ସଭାସମିତିରେ ସଫଳତା ପାଇବେ ।

ତୁଳା-ଚନ୍ଦ୍ରଙ୍କ ଶୁଭତ୍ୱରୁ ଦୀର୍ଘଦିନରୁ ଚେଷ୍ଟା କରୁଥିବା କାମଟି ଆଜି ସମ୍ପନ୍ନ ହୋଇପାରିବ । ଚିତ୍ରା ନକ୍ଷତ୍ରର ସାମୟିକ ଶାରୀରିକ ଅସୁସ୍ଥତା ହେତୁ ମନ ବିଚଳିତ ରହିପାରେ । ବ୍ୟବସାୟ କ୍ଷେତ୍ରରେ କିଛି ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି । ମାମଲାରେ ସମସ୍ୟା କ୍ରମଶଃ ବୃଦ୍ଧି ପାଇବାକୁ ନେଇ ଚିନ୍ତିତ ରହିପାରନ୍ତି ।

ବିଛା-ସପ୍ତମସ୍ଥ ବୁଧ ପାରିବାରିକ କ୍ଷେତ୍ରରେ ମତାନ୍ତର ଜନିତ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବ । ପୁନଶ୍ଚ ବିଭିନ୍ନ ପ୍ରକାରର କାର୍ଯ୍ୟବ୍ୟସ୍ତତା ହେତୁ ମାନସିକ ସ୍ଥିତି ଭଲ ରହିନପାରେ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆତ୍ମୀୟ କ୍ରମଶଃ ଦୂରେଇ ଯିବେ । ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ପଡ଼ୋଶୀଙ୍କ ସହ ଆଲୋଚନା କଲେ ଉପକୃତ ହେବେ ।

ଧନୁ-ଶନିଙ୍କ ପ୍ରଭାବରେ ମନ କଥାକୁ ଖୋଲିକରି କହିଲେ ମଧ୍ୟ ନିଜର ଲୋକମାନେ ତାହାର କଦର୍ଥ କରି ସମାଲୋଚନା କରିପାରନ୍ତି। ସ୍ତ୍ରୀ କିମ୍ବା ସ୍ବାମୀଙ୍କ ଚିଡ଼ା ସ୍ବଭାବ ପାଇଁ କ୍ଷୁବ୍ଧ ହୋଇପାରନ୍ତି। ସନ୍ତାନଙ୍କ ଦୁର୍ବଳ ସ୍ବାସ୍ଥ୍ୟ ଓ ଅମନୋଯୋଗୀ ସ୍ବଭାବର ପରିବର୍ତ୍ତନ ପାଇଁ ଚେଷ୍ଟା କରିପାରନ୍ତି। ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତି ଅନୁଭବ କରିବେ ।

ମକର-ସାମାନ୍ୟ ସମସ୍ୟା ମଧ୍ୟରେ ଆଜିର ପ୍ରତ୍ୟୁଷ ଯାତ୍ରା, ସଭାସମିତି, କର୍ମାରମ୍ଭ ବିନା ବାଧାବିଘ୍ନରେ ସମାପନ ହେବ । କର୍ମକ୍ଷେତ୍ରରେ କିଛି ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। କର୍ମକ୍ଷେତ୍ରରେ ବୁଦ୍ଧିଜୀବୀଙ୍କ ନିକଟରୁ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବ୍ୟବସାୟରେ ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ ।

କୁମ୍ଭ-ଚତୁର୍ଥସ୍ଥ ବୁଧ ହେତୁ ପାରିବାରିକ କ୍ଷେତ୍ରରେ ଅଶାନ୍ତ ରହିପାରନ୍ତି । ବନ୍ଧୁମାନଙ୍କ ନିକଟରୁ କିଛି ଖରାପ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡ଼ିପାରେ । ରୋଗୀଣା ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ କିଛିଟା ଆଶ୍ୱସ୍ତି ଅନୁଭବ କରିବେ। ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟ ଯୋଗୁ ବ୍ୟସ୍ତ ରହିପାରନ୍ତି ।

ମୀନ-ପାପଗ୍ରହ ପ୍ରଭାବରୁ ମୁକ୍ତ କର୍ମ ସଂସ୍ଥାନ କାରଣରୁ ଆଜି କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି ଖୁସି ରହିବେ । ପରିବାରର ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ । ଏଣୁ ସରକାରୀସ୍ତରରୁ ଋଣ ଆଣିବା ସକାଶେ ମନ ବଳାଇ ପାରନ୍ତି । ସଭାସମିତିରେ, ଆଲୋଚନା ପରିସରରେ, ରାଜନୈତିକ ସ୍ଥିତି ତଥା ପ୍ରଶାସନିକ ସ୍ତରରେ ସଫଳତା ଅବଶ୍ୟ ମିଳିବ ।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ମୁମ୍ବାଇ: ସୋମବାର ଶେୟାର ବଜାରରେ କମ୍ପନ ଦେଖାଦେଇଛି। ବଜାର ଖୋଲିବାମାତ୍ରେ ସେନସେକ୍ସ ୭୦୦ ଅଙ୍କ ଖସିଛି। ଏହା ସହିତ ଟାଟାର ଶେୟାର ଧରାଶାୟୀ ହୋଇଛି। ମୁଦ୍ରାସ୍ଫୀତି ତଥ୍ୟ...

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୂଆଦିଲ୍ଲୀ: ନୁଡୁଲ୍ସ ଖାଇବା ପରେ ଚାଲିଗଲା ବାଳକର ଜୀବନ। ଉତ୍ତରପ୍ରଦେଶର ପିଲିଭିତରେ ଘଟିଛି ଏଭଳି ଘଟଣା। ଗୋଟାଏ ପରିବାରର ୬ଜଣ ଲୋକ ନୁଡୁଲ୍ସ ଖାଇବା ପରେ ଅସୁସ୍ଥ...

ADVERTISEMENT
୨ ପୋଲିଂ ଅଫିସର ସସପେଣ୍ଡ

୨ ପୋଲିଂ ଅଫିସର ସସପେଣ୍ଡ

ଭୁବନେଶ୍ବର : ଓଡ଼ିଶାରେ ଚାଲିଛି ପ୍ରଥମ ପର୍ୟ୍ୟାୟ ମତଦାନ। ତେବେ ନିର୍ବାଚନ କାର୍ୟ୍ୟରେ ଅବହେଳା ପାଇଁ ୨ ପୋଲିଂ ଅଧିକାରୀ ନିଲମ୍ବିତ । କଳାହାଣ୍ଡି ନର୍ଲାର ଏକ...

Login