The Ultimate Managed Hosting Platform
ADVERTISEMENT

କିପରି ବିବାହ କରିବାକୁ ଚାହୁଁଛନ୍ତି ତାପସୀ ପନ୍ନୁ

Facebook
Twitter
LinkedIn

ନିଜ ବିବାହକୁ ଜାକଜମକ ସହ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ଚାହାନ୍ତି ବଲିଉଡ ଅଭିନେତା, ଅଭିନେତ୍ରୀଙ୍କ । ଏହି ସମସ୍ତଙ୍କ ବିବାହକୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଚାଲିଛି। ହେଲେ ଏହି ରେସ୍‌ରୁ ଦୂରରେ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବଲିଉଡର ସୁନ୍ଦରୀ ଅଭିନେତ୍ରୀ ତାପସୀ ପନ୍ନୁ । ଏପରିକି ସେ ଏକ ଡ୍ରାମାମୁକ୍ତ ବିବାହ କାର୍ଯ୍ୟକ୍ରମ କରିବାକୁ ଚାହୁଁଛନ୍ତି  ତାପସୀ । ନିଜ ସ୍ପେଶାଲ ଡେ’କୁ ଗୋଟିଏ ଦିନରେ ହିଁ ସୀମିତ ରଖିବାକୁ ଯୋଜନା କରିଛନ୍ତି।

ବଲିଉଡ ରିପୋର୍ଟ ଅନୁଯାୟୀ, ତାପସୀ କିଛି ଦିନ ହେବ ବ୍ୟାଡମିଣ୍ଟନ୍ ପ୍ରଶିକ୍ଷକ ମାଥିଆସ୍ ବୋଇଙ୍କୁ ଡେଟ କରୁଛନ୍ତି। ହେଲ ବିବାହକୁ ନେଇ ଏଯାଏଁ ମୁହଁ ଖୋଲି ନାହାନ୍ତି । ବଲିଉଡରେ କାହା ସହ ରୋମାନ୍ସରେ କରିବା ଅପେକ୍ଷା ବଲିଉଡ ବାହାରେ ନିଜ ପାଇଁ ପ୍ରେମିକ ଠିକ୍‌ କରିଛନ୍ତି ତାପସୀ। ଏହାକୁ ନେଇ ସେ କହିଥିଲେ କି ଇଣ୍ଡଷ୍ଟ୍ରିରେ ନୁହେଁ ବାହାରର ପିଲା ଚାହୁଁଛି । ଏହାଦ୍ୱାରା ମିଡିଆ ଆଢୁଆଳରେ ରହି ହେବ ଓ ବି-ଟାଉନ୍‌ ଗସିପରୁ ନିଜ ସମ୍ପର୍କକୁ ଦୂରେଇ ରଖିହେବ। ଏହା ବ୍ୟତୀତ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ଅଲଗା ରଖିହେବ ବୋଲି କହିଛନ୍ତି ଏକ ସାକ୍ଷାତକାର କହିଛନ୍ତି ତାପସୀ।ଏବେ ବଲିଉଡ ସେଲିବ୍ରିଟି ଦେଶ ତଥା ଦେଶ ବାହାରେ ଡେଷ୍ଟିନେସନ ୱେଡିଂ କରିବାକୁ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏହି ଟ୍ରେଣ୍ଡରୁ ବାହାରେ  ଥିବା ତାପସୀ  ଡ୍ରାମା ମୁକ୍ତ ପ୍ରେମ ଚାହୁଁଥିବା କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login