The Ultimate Managed Hosting Platform
ADVERTISEMENT

କିନ୍ନର ଭୂମିକାରେ ପୁପିନ୍ଦର

Facebook
Twitter
LinkedIn

ଭୁବନେଶ୍ୱର : ନୂଆ ରୂପରେ ପୁପିନ୍ଦର । ପୁଣି ଓଡିଆ ଦର୍ଶକଙ୍କ ପାଇଂ ଭରପୂର ମନୋରଂଜନ ସହ ଏଣ୍ଟଟେରମେଣ୍ଟ କରିବେ । ପୁପିନ୍ଦରଙ୍କ ଅଭିନୀତ ଏକ ଓଡ଼ିଆ ଛବି ମୁକ୍ତି ପ୍ରତୀକ୍ଷାରେ ରହିଛି। ଏହି ସିନେମାର ଶୀର୍ଷକ ‘ଭଗିଆ ଭାରିଯା’। ଏଥିରେ ତାଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ପୁପିନ୍ଦରଙ୍କ ଅଭିନୀତ ଚରିତ୍ର ହେଲା ‘ରଙ୍ଗୋଲୀ’। ରଙ୍ଗୋଲୀ ଜଣେ କିନ୍ନର। ସେ ଜଣେ ସିନେ ପ୍ରଯୋଜକଙ୍କର ସବୁ କଥା ବୁଝାବୁଝି କରୁଥିବା ଲୋକ। ମେକ୍-ଅପ୍ଠୁ ଆରମ୍ଭ କରି ପ୍ରଡକ୍ସନ୍ର ସବୁ କାମ ସେ ବୁଝାଶୁଝା କରେ। କିନ୍ତୁ, ତା’ ଜୀବନର ଏମିତି କିଛି ଘଟଣା ରହିଛି, ଯାହାକୁ କେବଳ ‘ଭଗିଆ ଭାରିଯା’ ସିନେମାରେ ହିଁ ଦେଖିହେବ। ପୁପିନ୍ଦର କହନ୍ତି, ଯେତେବେଳେ ଫିଲ୍ମର ପ୍ରଯୋଜକ ତଥା କାହାଣୀକାର ହରିହର ମହାପାତ୍ର ‘ରଙ୍ଗୋଲୀ’ ପାଇଁ ଅଫର୍ ଦେଲେ, ମୁଁ ରୋକ୍ଠୋକ୍ ମନା କରିଥିଲି। କିନ୍ତୁ, ହରିଭାଇ କହିଲେ, ଏଇ ରୋଲ୍ଟା କର, ତତେ ଭଲ ଲାଗିବ। ତୁ ପାରିବୁ। ହରିଭାଇ ଏମିତି ବୁଝାଇଲେ ଯେ, ମୁଁ ନିଷ୍ପତ୍ତି ବଦଳାଇବାକୁ ରାଜି ହୋଇଗଲି। ଏହି ରୋଲ୍ ପାଇଁ ମେକ୍ଅପ୍ ନେବାକୁ ପାଖାପାଖି ଦୁଇଘଣ୍ଟା ସମୟ ଲାଗୁଥିଲା ବୋଲି ପୁପିନ୍ଦର କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login