ଭୁବନେଶ୍ୱର : ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ ସହ ସଫେଇ ଦେଲା କିଟ୍ । ତଦନ୍ତ ପରେ ୨ ସିକ୍ୟୁରିଟି ଗାର୍ଡଙ୍କୁ ତୁରନ୍ତ ବହିଷ୍କାର କରାଯାଇଛି । ହ ଷ୍ଟେଲ ଦାୟିତ୍ୱରେ ଥିବା ୨ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । କ୍ୟାମ୍ପସରୁ ଯାଇଥିବା ପିଲାଙ୍କୁ ତୁରନ୍ତ ହଷ୍ଟେଲକୁ ଅଣାଯାଇଛି । ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ, ଏଥିପାଇଂ କିଟ୍ ଦୁଃଖିତ ବୋଲି କହିଛି । ହା ବ୍ୟତୀତ ଦୁଇଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ କିଟ୍ ଇଣ୍ଟରନ୍ୟାସ୍ନାଲ୍ କାର୍ୟ୍ୟାଳୟର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇ ସେମାନଙ୍କ ବିରୋଧରେ ତଦନ୍ତ କମିଟି ବସାଯାଇଛି । ଏହି ଘଟଣା ପରେ ଛାତ୍ରଛାତ୍ରୀମାନେ କ୍ୟାମ୍ପସକୁ ଫେରିଛନ୍ତି । ଅନ୍ୟ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସକୁ ଫେରାଇ ଆଣିବା ପାଇଁ କର୍ତ୍ତୃପକ୍ଷ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହି ଘଟଣାରେ ସଂପୃକ୍ତ ଦୁଇ ପ୍ରଶାସନିକ ଅଧିକାରୀ କ୍ଷମା ପ୍ରାର୍ଥନା କରିଛନ୍ତି ।
ସୂଚନା ଯୋଗ୍ୟ ଯେ କିଟ କ୍ୟାମ୍ପସକୁ ନେପାଳୀ ଛାତ୍ର ଫେରିଆସିବା ପାଇଁ କଣ୍ଟ୍ରୋଲ ରୁମ ଖୋଲା ଯାଇଛି । ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କିଟର ୬ନଂ କ୍ୟାମ୍ପସରେ ଖୋଲାଯାଇଛି । କୌଣସି ସୂଚନା ଓ ପରାମର୍ଶ ପାଇଁ ଦୁଇଟି ଫୋନ ନଂ ଜାରି କରାଯାଇଛି । ୭୮୪୭୦୬୪୫୫୦ ଓ ୭୮୫୫୦୨୯୩୨୨ ନଂ ମାଧ୍ୟମରେ ପରାମର୍ଶ ପ୍ରଦାନ କରାଯିବ । ସମସ୍ତ ନେପାଳୀ ଛାତ୍ର ଏଥିରେ ପରାମର୍ଶ ନେବାକୁ କୁହାଯାଇଛି । କିଟ ସମସ୍ତ ଛାତ୍ରଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କୁହାଯାଇଛି ।
କିଟ୍ ଛାତ୍ରୀ ମୃତ୍ୟୁ ମାମଲା ; ଦୁଃଖ ପ୍ରକାଶ କଲା କିଟ୍

Facebook
Twitter
LinkedIn
Facebook
Twitter
LinkedIn
Recent News
ପୁଣି ଇସ୍କନର ଅଦିନିଆ ରଥଯାତ୍ରା
ଉତ୍ତରାଖଣ୍ଡ : ପୁଣି ଅଦିନିଆ ରଥଯାତ୍ରା ପାଳନ କଲା ଇସ୍କନ । ଉତ୍ତରାଖଣ୍ଡ ରିଷିକେଶ ମଧୁବନ ଆଶ୍ରମରେ ପାଳନ ହେଲା । ୭ ତାରିଖରେ ବିଧି ପରମ୍ପରା...
ଜଳିଗଲା ୪ ମହଲା ଷ୍ଟେସନାରୀ ଦୋକାନ
ବାଲେଶ୍ୱର : ଟାଉନ ଥାନା ସିନେମା ଛକରେ ଜଳିଗଲା ଦୋକାନ । ୪ ମହଲା ଷ୍ଟେସନାରୀ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ । ପ୍ରଥମେ ସର୍ଟସର୍କିଟରୁ ନିଆଁ, ଉପର...
ଯାତ୍ରୀବାହୀ ବସରେ ଲାଗିଲା ନିଆଁ
ରାଜସ୍ଥାନ : ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ବସରେ ୫୭ ଜଣ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୦-୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା...
ନୂଆପଡା ଉପନିର୍ବାଚନ ; କିଏ ହେବେ ବିଜେଡିରୁ ପ୍ରାର୍ଥୀ ?
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ କିଏ ହେବେ ତାକୁ ନେଇ ଚର୍ଚ୍ଚା । ୪ରୁ ୫ ଜଣଙ୍କ ନାଁ ତାଲିକାଭୁକ୍ତ ହୋଇଥିବା ବେଳେ...