ମୁମ୍ବାଇ : ମୁଖ୍ୟମନ୍ତ୍ରୀ ପଦକୁ ନେଇ ମହାରାଷ୍ଟ୍ରରେ ଚାଲିଛି ଟଣାଓଟରା । ଛିଣ୍ଡୁନି ଅଙ୍କ ହୋଇପାରୁନି ନିଷ୍ପତ୍ତି । ଅଚଳାବସ୍ଥା ମଧ୍ୟରେ ଦିଲ୍ଲୀ ଗସ୍ତ କରିଛନ୍ତି କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ସମ୍ଭବତଃ ନୂଆ କ୍ୟାବିନେଟର ରୂପରେଖ ନେଇ ଆଲୋଚନା କରିପାରନ୍ତି ସିନ୍ଦେ। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପିର ୧୩୨, ଶିବସେନାର ୫୭ ଓ ଏନସିପିର ୪୧ ବିଧାୟକ ଅଛନ୍ତି। ତେବେ ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ହେବା ଏକରକମ ନିଶ୍ଚିତ ହୋଇଛି। କେତେକ ସର୍ତ୍ତରେ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ରହିଛି। ଶିବସେନାକୁ ନଗର ଉନ୍ନୟନ, ରାଜସ୍ବ, କୃଷି, ସ୍ବାସ୍ଥ୍ୟ, ଗ୍ରାମୀଣ ବିକାଶ, ଶିଳ୍ପ, ସାମାଜିକ ନ୍ୟାୟ ଓ ରାଜ୍ୟ ସଡକ ପରିବହନ ବିଭାଗ ମିଳିପାରେ। ସେପଟେ ଏନସିପି ଉପମୁଖ୍ୟମନ୍ତ୍ରୀ, ଅର୍ଥ ଓ ଯୋଜନା, ମେଡିକାଲ ଶିକ୍ଷା, କ୍ରୀଡା, ମହିଳା ଓ ଶିଶୁ କଲ୍ୟାଣ ଆଦି ବିଭାଗ ଲାଗି ଚାହିଁଛି। ମନ୍ତ୍ରିମଣ୍ଡଳରେ ବିଜେପି ୨୧ରୁ ୨୨, ଶିବସେନା ୧୦ରୁ ୧୨ ଓ ଏନସିପି ୮ରୁ ୯ ମନ୍ତ୍ରୀ ପାଇବା ଆଶା ରହିଛି। ରାଜ୍ୟ ମନ୍ତ୍ରିମଣ୍ଡଳରେ ସର୍ବାଧିକ ୪୩ ମନ୍ତ୍ରୀ ରହିପାରିବେ।
କିଏ ହେବ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ? ଛିଣ୍ଡୁନି ଅଙ୍କ, ହୋଇ ପାରୁନି ନିଷ୍ପତ୍ତି

Facebook
Twitter
LinkedIn
Facebook
Twitter
LinkedIn
Recent News
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...
କରୁର ଦଳାଚକଟା ; ତଦନ୍ତ କରିବ ସିବିଆଇ
ତାମିଲନାଡୁ : ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ । ମାମଲାର ସିବିଆଇ ତଦନ୍ତ ନିଦେ୍ର୍ଦଶ ଦେଲେ ସୁପ୍ରିମକୋର୍ଟ । ସିବିଆଇ ତଦନ୍ତକୁ ମନିଟର...
ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ
ନୂଆଦିଲ୍ଲୀ : ୨ ବର୍ଷ ପରେ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ । ଐତିହାସିକ ଶାନ୍ତି ଚୁକ୍ତି ପୂର୍ବରୁ ହମାସର ବଡ ପଦକ୍ଷେପ । ଇସ୍ରାଏଲ-ଗାଜା...
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ
ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...