The Ultimate Managed Hosting Platform
ADVERTISEMENT

କାଲି ୪ଟାରେ ବାଜିବ ସାଇରନ, ୧୨ଟି ସ୍ଥାନରେ ହେବ ମକଡ୍ରିଲ

Facebook
Twitter
LinkedIn

ଭୁବନେଶ୍ୱର : କାଲି ଅପରାହ୍ନ ୪ଟାରେ ବାଜିବ ମକ ଡିଲ ସାଇରନ । ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ । କାଲିଠୁ ପର୍ଯ୍ୟାୟକ୍ରମେ ସପ୍ତାହେ ଧରି କାର୍ଯ୍ୟକ୍ରମ ଚାଲିବ । କାଲି ଉପକୂଳବର୍ତ୍ତୀ ଜିଲ୍ଲା, ସହରାଞ୍ଚଳରେ ହେବ ମକଡ୍ରିଲ । ଶତ୍ରୁ ପକ୍ଷ ବିମାନ ଆକ୍ରମଣ କଲେ କଣ କରାଯିବ ଜଣାଇ ଦିଆଯିବ । ସତର୍କ କରିବା ସହ ୫ ମିନିଟ୍ ବାଜିବ ସାଇରନ୍ । ଏ କ ସପ୍ତାହ ପର୍ୟ୍ୟନ୍ତ ଚାଲିବ ମକଡ୍ରିଲ । ଶତ୍ରୁବିମାନ ଆକ୍ରମଣ କଲେ କିଭଳି ପ୍ରସ୍ତୁତ ରହିବାକୁ ହେବ ଜଣାଇ ଦିଆଯିବ । ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି ।
ଆସନ୍ତାକାଲି ପ୍ରତିରକ୍ଷା ପ୍ରସ୍ତୁତି ଡ୍ରିଲ କରିବେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ। ମକ୍ ଡ୍ରିଲ ପାଇଁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରାଳୟ । ଦେଶରେ ଚିହ୍ନଟ ୨୫୯ ସିଭିଲ ଡିଫେନ୍ସ ଜିଲ୍ଲାଗୁଡିକରେ ହେବ ମକ ଡ୍ରିଲ୍ । ସେଥିରୁ ଓଡ଼ିଶାର ୧୨ଟି ଜିଲ୍ଲା ରହିଛି । କ୍ୟାଟାଗୋରୀ ୧ରେ ତାଳଚେର ରହିଛି । କ୍ୟାଟାଗୋରୀ ଦୁଇରେ ଅଛି ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ ଓ ରାଉରକେଲା । କ୍ୟାଟାଗୋରୀ ଥ୍ରୀରେ ରହିଛି ଭଦ୍ରକ, ଢେଙ୍କାନାଳ, ଜଗତସିଂପୁର ଓ କେନ୍ଦ୍ରାପଡ଼ା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login