ନୂଆଦିଲ୍ଲୀ : କାର ଓ ଟ୍ରକ୍ ମୁହାଁମୁହିଁ ଧକ୍କା । ରାଜସ୍ଥାନ ଝାଲବାର ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣା ହେବାରୁ ଚାଲିଯାଇଛି ୯ଜଣଙ୍କ ଜୀବନ ।ସୂଚନା ମୁତାବକ, ଭୋପାଳର ଡୁଙ୍ଗରୀ ଗାଁରୁ ବିବାହ ଉତ୍ସବରୁ କାରଟି ଫେରୁଥିଲା ବେଳେ ଏକଲେରା ଗ୍ରାମ ନିକଟରେ ରବିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇ ଝାଲୱାର ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସମସ୍ତ ମୃତକଙ୍କ ବୟସ ୧୮ରୁ ୩୦ ବର୍ଷ ମଧ୍ୟରେ ଓ ସେମାନେ ସାଙ୍ଗ ବୋଲି ଜଣାପଡ଼ିଛି।
Views: 53