ଲମତାପୁଟ : କାରରୁ ୧୫୧ କେଜି ଗଞ୍ଜେଇ ଜବତ ସହ ୨ ଗିରଫ । ବଡଦେବତା ଛକରେ ପାଡୁଆ ପୋଲିସର ପାଟ୍ରୋଲିଂ ବେଳେ ଜବତ । ପାଡୁଆରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା । ପୋଲିସ୍ ଆଖିରୁ ବଞ୍ଚିବା ପାଇଁ ଗାଡିରେ ପ୍ରେସ୍ ଲେଖି ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରାଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ ମାଡ଼ି ବସିଲା ପୁଲିସ । ପ୍ରେସ୍ ଲେଖା ଥିବା XUV ୫୦୦ ଗାଡ଼ିରୁ ପୁଲିସ ୧୫୧ କେଜି ଗଞ୍ଜେଇ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଦ୍ୱୟ ହେଉଛି ମହାରାଷ୍ଟ୍ରର ଔରାଙ୍ଗାବାଦ ଅଞ୍ଚଳର ମିଳିନ୍ଦ ଚିକତେ ଓ ଶୁଭମ ସଞ୍ଜୟ ସିନ୍ଧେ ।କାରରେ ଥିବା ସାତଟି ବସ୍ତାରୁ ୧୫୧ କେଜି ଗଞ୍ଜେଇ ଜବତ ହୋଇଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
Views: 69