ଭୁବନେଶ୍ୱର ; ଦିନକୁ ଦିନ ଯାତ୍ରା ବିବାଦ ବଢିବାରେ ଲାଗିଛି । କଳାକାର ମହାସଂଘର ଉପଦେଷ୍ଟା ବାପି ପଣ୍ଡା ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ , ଯାତ୍ରା କାହାର ପୈତୃକ ସମ୍ପତ୍ତି ନୁହେଁ ଯେ କଳାକାରକୁ ବ୍ୟାନ କରିଦେବେ । କଳାକାର ଚାହିଁଲେ ଯାତ୍ରା ଅନୁଷ୍ଠାନ ବନ୍ଦ ହୋଇଯିବ । ବିନା କାରଣ ଦର୍ଶାଅ ନୋଟିସରେ କେମିତି ବ୍ୟାନ କଲେ । ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କୁ ବ୍ୟାନ କଲେ କେମିତି । ଆଜିର ଦିନରେ କଳାକାର ସୁରକ୍ଷିତ ନୁହଁନ୍ତି । ଆଇପିଏଲକେ ନିଲାମ ଭଳି ଯାତ୍ରା କଳାକାରଙ୍କ ନିଲାମୀ ହେଲେ ଫାଇଦା ହେବ । ନରି ପଣ୍ଡାଙ୍କୁ ମାଡ ମାରିବା ଘଟଣା , ପୋଲିସର ତଦନ୍ତ ନେଇ ସନେ୍ଦହ । ଏସବୁ ଦେଖି ଘୃଣା ଆସିଗଲାଣି , ଯାତ୍ରା ଛାଡିବାକୁ ନିଷ୍ପତ୍ତି ନେବାକୁ ଭାବୁଛି ।
Views: 24