The Ultimate Managed Hosting Platform
ADVERTISEMENT

କର୍କଟରେ ପ୍ରାଣ ହରାଇଲେ ତ୍ରିପୁରା ମିସ୍ ଇଣ୍ଡିଆ !

Facebook
Twitter
LinkedIn

ତ୍ରିପୁରା : କର୍କଟ ନେଲା ୨୮ବର୍ଷୀୟା ମିସ୍ ଇଣ୍ଡିଆ ତ୍ରିପୁରା ରିଙ୍କି ଚକମାଙ୍କ ଜୀବନ। ୨୦୧୭ରେ ସେ ମିସ୍ ଇଣ୍ଡିଆ ତ୍ରିପୁରା ଟାଇଟେଲ ଜିତିଥିଲେ। ମିଳିଥିବା ସୂଚନା ମୁତାବକ, ୨୦୨୨ରେ ସ୍ତନ କର୍କଟ ରୋଗ ହୋଇଥିବା ଜାଣିବାକୁ ପାଇଥିଲେ ରିଙ୍କି। ପରେ ତାଙ୍କର ସର୍ଜରୀ କରାଯାଇଥିଲା। ହେଲେ କର୍କଟ ସେତବେଳକୁ ତାଙ୍କ ଫୁସଫୁସ ଓ ମସ୍ତିକକୁ ପ୍ରଭାବିତ କରିସାରିଥିଲା। ମସ୍ତିକରେ ଟ୍ୟୁମର ହେବା ପରେ ସର୍ଜରୀ ପାଇଁ କହିଥିଲେ ଡାକ୍ତର। ହେଲେ କେମୋଥେରାପି ନେଇ ୩୦ପ୍ରତିଶତ ସୁସ୍ଥ ହେବା ପରେ ଯାଇ ସର୍ଜରୀ ହୋଇପାରିବ ବୋଲି ଡାକ୍ତର ରିଙ୍କିଙ୍କୁ ଜଣାଇଥିଲେ। କିନ୍ତୁ କେମୋଥେରାପି ଚାଲିଥିବା ବେଳେ ଫେବ୍ରୁଆରି ୨୨ରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ଏଥିପାଇଁ ତାଙ୍କୁ ସାକେତର ମାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ଏବେ ତାଙ୍କର ଦେହାନ୍ତ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login