ବାଲେଶ୍ୱର : ରେଳ ଦୁର୍ଘଟଣା ସ୍ଥଳକୁ ବାହାରିଲେ ପ୍ରଧାନମନ୍ତ୍ରୀ । ନୂଆଦିଲ୍ଲୀରୁ ବାହାରିଲେ , ଅପରାହ୍ନରେ ଦୁର୍ଘଟଣା ସ୍ଥଳ ଯିବେ । ଦୁର୍ଘଟଣାସ୍ଥଳ ବାହାନଗାକୁ ଯାଇ ଅନୁଧ୍ୟାନ କରିବେ । ଦୁର୍ଘଟଣାସ୍ଥଳ ଅନୁଧ୍ୟାନ ପରେ କଟକ ଯିବେ । କଟକ ଏସସିବିରେ ଆହତ ରେଳ ଯାତ୍ରୀଙ୍କୁ ଭେଟିବେ ।
ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧)ଟ୍ରେନ୍ ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍ (୧୨୮୬୪) ଧକ୍କା ହୋଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁ ସମେତ ସାରା ଦେଶବାସୀ ସ୍ତବ୍ଧ ହୋଇଯାଇଛନ୍ତି। ଏହି ଦୁର୍ଘଟଣା ନେଇ ସାରା ଦେଶ ଅବଗତ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଘଟଣାସ୍ଥଳକୁ ଆସୁଛନ୍ତି। ଜାତୀୟ ଗଣମାଧ୍ୟମ ସଂସ୍ଥା ଟୁଇଟ୍ କରି ଏହି ସୂଚନା ଦେଇଛି।
Views: 73