ବାଲେଶ୍ୱର : ବାହାନଗା ଦୁର୍ଘଟଣା ସ୍ଥଳରେ ମମତା-ବୈଷ୍ଣବ କଥା କଟାକଟି । ପଶ୍ଚିମବଙ୍ଗ ମୁଖମମନ୍ତ୍ରୀ ମମତା ବାନାର୍ଜୀ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଥା କଟାକଟି । ମୃତକଙ୍କ ସଂଖ୍ୟା ନେଇ କଥାକଟାକଟି ହେଲେ ୨ ନେତା । ମୃତ୍ୟୁ ସଂଖ୍ୟା ୫ ଶହ ହେବ ବୋଲି କହିଥିଲେ ମମତା ବାନାର୍ଜୀ । ୫ ଶହ ନୁହେଁ ମୃତ୍ୟୁ ସଂଖ୍ୟା ୨୩୮ କହିଥିଲେ ଅଶ୍ୱିନୀ ବୈଷ୍ଣବ । ଆହୁରି ୩ ଟି ବଗିରେ ମୃତଦେହ ଥିବା କହିଲେ ମମତା । ଉଦ୍ଧାର କାର୍ଯ୍ୟ ଶେଷ ହୋଇଗଲାଣି ଜବାବ ଦେଇଥିଲେ ବୈଷ୍ଣବ । ଆଣ୍ଟି କୋଲିସନ୍ ସିଷ୍ଟମ ଥିଲେ ଦୁର୍ଘଟଣା ଘଟି ନ ଥାନ୍ତା କହିଲେ ମମତା । ତେଣୁ ମୃତ୍ୟୁ ସଂଖ୍ୟା ସଠିକ୍ ତଥ୍ୟ ଦେବାକୁ ଘଟଣାସ୍ଥଳରେ ଅଶ୍ୱିନୀଙ୍କୁ କହିଛନ୍ତି ମମତା । ଏହାବ୍ୟତୀତ ରେଲୱେ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ସରକାର ସମ୍ପୂର୍ଣ୍ଣ ଉତ୍ତରଦାୟୀ ରହିବା ଉଚିତ ବୋଲି କହିଛନ୍ତି ମମତା । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମଧ୍ୟରୁ ଏବେଯାଏଁ ୧୨ଜଣ ବଙ୍ଗୀୟ ଯାତ୍ରୀଙ୍କୁ ଚିହ୍ନଟ କରାଯାଇଛି । ତେବେ ମୃତକଙ୍କ ମଧ୍ୟରେ ୬୦ ପ୍ରତିଶତ ବଙ୍ଗୀୟ ଯାତ୍ରୀ ଥିବା ଅନୁମାନ କରିଛନ୍ତି ମମତା ।
କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା : ମମତା-ବୈଷ୍ଣବ କଥା କଟାକଟି

Facebook
Twitter
LinkedIn
Facebook
Twitter
LinkedIn
Recent News
ଯାଜପୁର ଝାଡାବାନ୍ତି : ଆଉ ୨ ଜଣଙ୍କର ଚାଲିଗଲା ଜୀବନ
ଯାଜପୁର : ଯଜପୁର ଝାଡାବାନ୍ତି ଘଟଣା । ଆଉ ୨ ଜଣଙ୍କ ମୃତ୍ୟୁ । ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଆଉ ୨ ଆକ୍ରାନ୍ତ ମୃତ । ଝାଡାବାନ୍ତି...
ଭଦ୍ରକରେ ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ
ଭଦ୍ରକ : ଭଦ୍ରକରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ । ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ୟ୍ୟନ୍ତ ଇଣ୍ଟରସେବା ବନ୍ଦ ରହିଛି। ଭଦ୍ରକ...
ଫେରିଲା ମୈାସୁମୀ ; ୧୭ ଯାଏଁ ବର୍ଷିବ , ଏଥର ଭିଜିବ ରଜ
ଭୁବନେଶ୍ୱର : ଏଥର ଭିଜିବ ରଜ । ୧୭ ଯାଏଁ ବର୍ଷିବ । ଆସନ୍ତା ଦୁଇ ଦିନ ଭିତରେ ମୌସୁମୀ ଓଡ଼ିଶାର କିଛି ଭାଗକୁ ପ୍ରବେଶ କରିବ।...
ସଡକ ଦୁର୍ଘଟଣାରେ ବର-କନ୍ୟାଙ୍କ ସମେତ ଚାଲିଗଲା ୫ ଜଣଙ୍କ ଜୀବନ
ରାଜସ୍ଥାନ : ରାଜସ୍ଥାନ ନ୍ୟାସନାଲ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣ ଲୋକଙ୍କ ପ୍ରାଣ ଚାଲିଯାଇଥିବାବେଳେ ଅନେକ ଲୋକ...