The Ultimate Managed Hosting Platform
ADVERTISEMENT

କନିକା କପୁର ପୁଣି ବିବାହ କରିବେ

Facebook
Twitter
LinkedIn

ପୁଣି ହାତକୁ ଦି ହାତ ହେବେ ବଲିଉଡର ପ୍ରସିଦ୍ଧ ଗାୟିକା କନିକା କପୁର। ତିନୋଟି ଛୁଆର ମା’ କନିକା ପୁଣି ଆରମ୍ଭ କରିବେ ନିଜ ବୈବାହିକ ଜୀବନ। ବାଜିବ ଶାହାନାଇ ସେ ସାଜିବେ ବଧୂ। ‘ବେବି ଡଲ୍‌’ ଫେମ୍‌ କନିକା କପୁରଙ୍କ ଦ୍ୱିତୀୟ ବିବାହକୁ ନେଇ ଏବେ ଚାଲିଛି ବି-ଟାଉନ୍‌ରେ ଚଜୋରସୋରରେ ଚର୍ଚ୍ଚା। କନିକା ତାଙ୍କ ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡ ତଥା ଏନ୍‌ଆର୍‌ଆଇ ବିଜନେସ୍‌ମ୍ୟାନ୍‌ ଗୌତମଙ୍କୁ ବିବାହ କରିବାକୁ ଯାଉଛନ୍ତି। ଆସନ୍ତା ମେ’ ୨୦ ତାରିଖରେ ଏ ଦୁହେଁ ହାତକୁ ଦି ହାତ ହେବେ ବୋଲି ଶୁଣିବାକୁ ମିଳିଛି। ତେବେ ବର୍ତ୍ତମାନ ଯାଏଁ ବିବାହ ଖବରକୁ ନେଇ କନିକା କିନ୍ତୁ କିଛି ମୁହଁ ଖୋଲି ନାହାନ୍ତି। ତାଙ୍କ ତରଫରୁ କୌଣସି ଅଫିସିଆଲ ଆନାଉନ୍ସମେଣ୍ଟ ହୋଇନାହିଁ।

ସେପଟେ ନିକଟରେ କନିକା ନିଜ ବିବାହକୁ ନେଇ ଜୋର ପ୍ରସ୍ତୁତି ଚଳାଇଥିବା ନେଇ ଖବର ସାମ୍ନାକୁ ଆସିଛି। ସେ ବିବାହର ସପିଂ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ମିଡିଆ ରିପୋର୍ଟ ଅନୁଯାୟୀ କପିକା ଏବଂ ଗୌତମ ୬ ମାସ ପୂର୍ବରୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ କୌଣସି କାରଣ ବଶତଃ ଉଭୟଙ୍କ ବିବାହ ଘୁଞ୍ଚି ଯାଇଥିଲା। 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login