ସୋର : ଏନଏଚ ୧୬ କଲେଜ ଛକ ନିକଟରେ କଣ୍ଟେନର ଧକ୍କାରେ ହୋମଗାର୍ଡ ମୃତ । ଚା ପିଇ ଥାନାକୁ ଫେରୁଥିବା ବେଳେ ଧକ୍କା ଦେଲା କଣ୍ଟେନର । ମୃତକ ହେଲେ ବରଜ ଦେଉଳୀ ଗାଁର ସୁଶାନ୍ତ ସେଠୀ । ଅନ୍ୟପଟେ କଣ୍ଟେନର ସହ ଡ୍ରାଇଭର ଅଠକ ରହିଛନ୍ତି । ଜାତୀୟ ରାଜପଥ ପାଟ୍ରୋଲିଂ ଗାଡ଼ି ଟ୍ରକଟିକୁ ପିଛା କରି ସିମୁଳିଆ ନିକଟରୁ ଜବତ କରିବା ସହିତ ସୋର ପୁଲିସକୁ ହସ୍ତାନ୍ତର କରିଛି। ଟ୍ରକର ଡ୍ରାଇଭର ଓ ହେଲ୍ପରଙ୍କୁ ପୁଲିସ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Views: 42











